ବନ୍ଧା ହେଲେ କୁବେର ଉପଜିଲାପାଳ

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଜି ସୁନ୍ଦରଗଡରୁ ଗିରଫ କରାଯାଇଛି। ଭିଜିଲାନ୍ସ ସେଲ ଏସପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ,ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ କରାଯାଇଛି। ୩ କୋଟିରୁ ଅଧିକ ଟଙ୍କା, ଭୁବନେଶ୍ବରରେ ଘର ଠାବ,୫ଟି ପ୍ଲଟ, ୨ଟି ଦାମୀ କାର୍‌ ମଧ୍ୟ ଜବତ କରାଯାଇଛି।ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି।ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଛି। ଚଢ଼ାଉ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଅଧିକ ଟଙ୍କା ମିଳିଥିଲା ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର, ଭୁବନେଶ୍ବର, ଭଦ୍ରକ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିବାରୁ ଚଢାଉ କରିଥିଲା ଭିଜିଲାନ୍ସ । ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ ଜିଲ୍ଲା ବିଶ୍ରାରେ ବିଡ଼ିଓ ଥିବା ସମୟରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ । ଚଢାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ରହିଥିଲେ । ଭିଜିଲାନ୍ସକୁ ଦେଖି ଉପଜିଲ୍ଲାପାଳ ପଡୋଶୀ ଘରେ ୫ରୁ ୬ ପେଟି ଟଙ୍କା ଲୁଚାଇ ଦେଇଥିଲେ । ଏହାକୁ ଭିଜିଲାନ୍ସ ଅଧିକାରୀ ଠାବ କରିଥିଲେ । ଏହି ପେଟିରୁ ପୁଳା ପୁଳା ଟଙ୍କା ବଣ୍ଡଲ ସହ ଅନେକ ବ୍ୟାଙ୍କ ପାସବୁକ ଓ ଇନସୁରାନ୍ସ ବଣ୍ଡ ଠାବ ହୋଇଥିଲା । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ ।

You May Also Like

More From Author

+ There are no comments

Add yours