ଦେଶରେ କୃତ୍ରିମ ବର୍ଷା ନେଇ ପରୀକ୍ଷଣ ସଫଳ। ଆଇଆଇଟି କାନପୁରର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଛି ।ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳରେ କ୍ଲାଉଡ୍ ସିଡିଂ କରିବା ସହ କୃତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ ଯୋଗେ ୫ ହଜାର ଫୁଟ ଉଚ୍ଚରୁ ଆକାଶରେ ଭାସୁଥିବା ମେଘ ଖଣ୍ଡ ଉପରକୁ ଏକ ପ୍ରକାର ରାସାୟନିକ ପାଉଡର ସ୍ପ୍ରେ କରାଯାଇଥିଲା । ଏବଂ ଏହା ପରେ ବର୍ଷା ହୋଇଥିଲା । ଆଉ ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି ।ମରୁଡ଼ି ଓ ବର୍ଷା ଅଭାବ ବେଳେ ଯଦି ଭବିଷ୍ୟତରେ କ୍ଲାଉଡ ସିଡିଂର ଆବଶ୍ୟକତା ପଡ଼େ ତେବେ ଏହାର ସହାୟତା ନିଆଯାଇ ପାରିବ । ଏଥିଲାଗି ଆମେରିକାରୁ ସ୍ୱତନ୍ତ୍ର ଯନ୍ତ୍ରାଂଶ ମଧ୍ୟ ଆସିସାରିଛି । ଡିଜିସିଏ ପକ୍ଷରୁ କ୍ଲିଅରାନ୍ସ ମଧ୍ୟ ମିଳିସାରିଛି । ଆଗକୁ ଆଉ କିଛି ସପ୍ତାହ ମଧ୍ୟରେ ଏହାର ପୁନର୍ବାର ପରୀକ୍ଷଣ କରାଯିବ ବୋଲି ଆଇଆଇଟି କାନପୁରର ପ୍ରଫେସର ସୂଚନା ଦେଇଛନ୍ତି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours