Wed. Oct 14th, 2026

ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । ସତକ ୱେବ ଓ ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।ଯେକୌଣସି ବିପର୍ଯ୍ୟୟ ପରେ ପୁନଃରୁଦ୍ଧାର ଓ ପୂର୍ନବାସ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ପାରଦର୍ଶିତା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କୁ ମିଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପୁରସ୍କାର । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତହତଙ୍କ ଉଦ୍ଧାର ଓ ଚିକିତ୍ସା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମଧ୍ୟ ସଫଳତାର ମୁକାବିଲା କରାଯାଇଛି ।

Leave a Reply

Your email address will not be published. Required fields are marked *