ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଗଞ୍ଜେଇ ଗାଡ଼ି ଠାବ, ୨ଗିରଫ

ଗଞେଇ ଗାଡି ଧରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଅବକାରୀ ବିଭାଗର ମୋବାଇଲ ୟୁନିଟ ସନ୍ଦେହରେ ଏକ ଓଟ ଗାଡିକୁ ଅଟକାଇଥିଲା । ଏହି ଗାଡିରେ ଦୁଇ ଜଣ ଲୋକ ୨୦କେଜି ୮ଶହ ଗ୍ରାମ ଗଞେଇ ନେଇ ଯାଉଥିଲେ । ଏମାନେ ହେଲେ କନ୍ଧମାଳ ଜିଲ୍ଲାର ପଣ୍ଡୁରାଜ୍ ଦିଗାଲ ଓ ବୌଦ ଜିଲ୍ଲା ସୁବର୍ଣ୍ଣ ଭୋଇନା ବୋଲି ଜଣାପଡିଛି । ଏମାନେ ଦୁଇ ଜଣ ବଉଦ ଜିଲ୍ଲା ମନୁମୁଣ୍ଡା ଆଚଂଳରୁ ଗଞେଇ ନେଇ ବାହାର ରାଜ୍ୟକୁ ଯାଉଥିବା ବେଳେ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବିଗତ ଦୁଇ ତିନି ମାସ ହେବ କୁଇଣ୍ଟାଲ କୁଇଣ୍ଟାଲ ଗଞେଇ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଜି ଏହି ଦୁଇଜଣ ଙ୍କୁ କୋର୍ଟ ଚାଳଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷୀକା ।

You May Also Like

More From Author

+ There are no comments

Add yours