Thu. Oct 15th, 2026

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶନିବାରଠାରୁ ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାରେ ବୋର୍ଡ ପକ୍ଷରୁ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି। ୨୪ ଏବଂ ୨୫ତାରିଖ ଦୁଇଦିନ ମଧ୍ୟରେ ସ୍କୁଲଗୁଡିକର ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ନେଇପାରିବେ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଏହି କାର୍ଯ୍ୟର ତଦାରଖ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଯଦି ସାର୍ଟିଫିକେଟରେ କୌଣସି ତ୍ରୁଟିଥାଏ, ତାହେଲେ ଏହାକୁ ସଂଶୋଧନ କରାଯାଇପାରିବ। ଆସନ୍ତା ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା ସଂଶୋଧନ ପ୍ରକ୍ରିୟା କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଏବଂ ଦେୟ ଦାଖଲ କରି ସଂଶୋଧିତ ପ୍ରମାଣପତ୍ର ପାଇପାରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *