ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି । ସମବାୟ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବ୍ୟବସ୍ଥାର ପୁନରୁଦ୍ଧାର ହେବ । ପୂର୍ବରୁ ଏନେଇ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମାଇକ୍ରୋ ଏଟିଏମରୁ ଚାଷୀମାନେ ସର୍ବାଧିକ ୫ ହଜାର ଟଙ୍କାର ନଗଦ ଅର୍ଥରାଶି ଉଠାଇ ପାରିବେ ।ଯଦି ଚାଷୀମାନେ ଏହି ଅର୍ଥଠାରୁ ଅଧିକ ଉଠାଇବାକୁ ଚାହାନ୍ତି ତେବେ ସେମାନେ ଅନ୍ୟ ଜାତୀୟକରଣ ବ୍ୟାଙ୍କର ଏଟିଏମ୍ ସୁବିଧା ନେଇ ପାରିବେ । ସମବାୟ ବିଭାଗର ଡେବିଟ୍ କାର୍ଡକୁ ଅନ୍ୟ ବ୍ୟାଙ୍କରେ ଏଟିଏମ କିଓସ୍କୋରେ ବ୍ୟବହାର କରାଯାଇପାରିବ । ଏନେଇ ସମସ୍ତ ଜାତୀୟକରଣ ବ୍ୟାଙ୍କ ସହିତ ସମବାୟ ବିଭାଗ ବୁଝାମଣା କରିବ । ତେବେ ପ୍ରାଇଭେଟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ନେଇ ବ୍ୟବସ୍ଥା ହେବା ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଏଟିଏମ୍ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ପ୍ରସ୍ତୁତ କରାଯାଉଛି ।ସମବାୟ ବ୍ୟାଙ୍କଗୁଡ଼ିକରେ ଚାଷୀମାନେ ଆକାଉଣ୍ଟ ଖୋଲୁଥିଲେ ହେଁ ଏଟିଏମ୍ ସୁବିଧା ନ ଥିବାରୁ ସେମାନେ ଟଙ୍କା ଉଠାଇବା ସମୟରେ ବ୍ୟାଙ୍କ ଶାଖାକୁ ଯାଉଛନ୍ତି । ଚାଷୀମାନେ ମାରମ୍ବାର ମାନୁଆଲ ପଦ୍ଧତିରେ ଟଙ୍କା ଉଠାଇବା ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି । ବ୍ୟାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଅଧିକ କାରବାର ନିହାତି ଆବଶ୍ୟକ । ତେଣୁ ଚାଷୀମାନେ କିଭଳି ଏଟିଏମ୍ ମାଧ୍ୟମରେ ସମବାୟ ବ୍ୟାଙ୍କରୁ ଅଧିକ ଟଙ୍କା ଉଠାଇବେ, ଅଧିକ ସଞ୍ଚୟ କରିବେ ସେନେଇ ଗୁରୁତ୍ୱ ଦିଆଯିବ । ଏଟିଏମ୍ ସୁବିଧା କାର୍ଯ୍ୟକାରୀ ହେବା ଫଳରେ ଅଧିକ ଚାଷୀ ସମବାୟ ବ୍ୟାଙ୍କ ସହ ଯୋଡ଼ି ହୋଇ ପାରିବେ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours