ଏମ୍ସଷ୍ଟର୍ଡମରେ ସୁରେଶ ରୈନା ଖୋଲିଲେ ଭାରତୀୟ ରେଷ୍ଟୁରାଣ୍ଟ

ଭାରତୀୟ କ୍ରିକେଟର ସୁରେଶ ରୈନା ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏଥିରେ ଭାରତୀୟ ବ୍ୟଞ୍ଜନର ସ୍ବାଦ ଚାଖିବେ ୟୁରୋପିଆନ୍‌ । ଏହି ରେଷ୍ଟୁରାଣ୍ଟର ନାମ ରହିଛି ‘RAINA’ । ତେବେ ନିଜର ଏହି ନୂଆ ରେଷ୍ଟୁରାଣ୍ଟର କିଛି ମନଲୋଭା ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ସୁରେଶ ରୈନା ।

ଏକ ପୋଷ୍ଟରେ ରୈନା ଲେଖିଛନ୍ତି, “ମୁଁ ଏମ୍ସଷ୍ଟର୍ଡମରେ ‘RAINA’ ଭାରତୀୟ ରେଷ୍ଟୁରାଣ୍ଟ ଉନ୍ମୋଚନ କରି ବେଶ ଉତ୍ସାହିତ । ଯେଉଁଠାରେ ଖାଇବା ଏବଂ ରୋଷେଇ ପାଇଁ ମୋର ଉତ୍ସାହ ବହୁଗୁଣିତ ଅଛି । କେବଳ ଖାଦ୍ୟ ନୁହେଁ, ଏହାର ଗୁଣବତ୍ତା, ସୃଜନଶୀଳତା ଏବଂ ଆମେ ପରିବେଷଣ କରୁଥିବା ପ୍ରତ୍ୟେକ ଖାଦ୍ୟକୁ ଅତ୍ୟଧିକ ଉପଭୋଗ ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତା ‘RAINA’ ରୋଷ୍ଟୁରାଣ୍ଟକୁ ସବୁଠାରୁ ସ୍ବତନ୍ତ୍ର କରିଛି । ପ୍ରେମ, ସଠିକତା ଏବଂ ମୋର ବ୍ୟକ୍ତିଗତ ସ୍ପର୍ଶ ସହିତ ପ୍ରସ୍ତୁତ ଭାରତୀୟ ରୋଷେଇର ଗଭୀରତା ଏବଂ ବିବିଧତା ପ୍ରଦର୍ଶନ କରି ଆମେ ବେଶ ଗର୍ବ ଅନୁଭବ କରୁଛୁ ।”

ନିଜ ରେଷ୍ଟୁରାଣ୍ଟର ଅନେକ ଫଟୋ ସେୟାର କରିଛନ୍ତି ରୈନା । ତେବେ ଏଠାରେ ସେ ନିଜେ ମଧ୍ୟ ରୋଷେଇ କରୁଥିବା ଏକ ଫଟୋ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି, “ଏଇ କିଛି ବର୍ଷ ହେବ ଆପଣମାନେ ଖାଦ୍ୟ ପ୍ରତି ମୋର ରୁଚି ଓ ରୋଷେଇ କରିବାର ଦେଖିଛନ୍ତି । ଏବେ ମୁଁ ଭାରତର ବିଭିନ୍ନ ପ୍ରାନ୍ତରୁ ସବୁଠାରୁ ପ୍ରାମାଣିକ ଏବଂ ପ୍ରକୃତ ସ୍ୱାଦକୁ ସିଧା ସଳଖ ୟୁରୋପର ହୃଦୟକୁ ଆଣିବା ପାଇଁ ମୁଁ ଏକ ମିଶନରେ ଅଛି ।

You May Also Like

More From Author

+ There are no comments

Add yours