Wed. Oct 14th, 2026

ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ ‘ଜେଜେଙ୍କ ଗପ ଗଣ୍ଠିଲି'(କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି |

ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ। ଚଳିତ ବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁ ସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *