ପାଟନାରେ ବିରୋଧୀ ମେଳି ପାଇଁ ବୈଠକ ଚାଲିଛି। ବହୁ ବିରୋଧୀ ଦଳ ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ତେବେ ଏସବୁ ମଧ୍ୟରେ ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ପଶ୍ଚିମବଙ୍ଗରେ କଂଗ୍ରେସର ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ କଂଗ୍ରେସର ଧାରଣା ପ୍ରଦର୍ଶନ ଜାରି ରହିଛି।ଯାହାକୁ ନେଇ ମମତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ପଶ୍ଚିମବଙ୍ଗରେ କଂଗ୍ରେସର ମନୋଭାବ ଠିକ ନୁହେଁ। ଆମେ ନିଜ ନିଜ ମଧ୍ୟରେ ଝଗଡା କରିବା ଠାରୁ ଦୂରେଇ ରହିବା ଉଚିତ୍। ଯଦି ଆମେ ନିଜ ମଧ୍ୟରେ ଲଢିବା ତେବେ ଏହାର ଫାଇଦା ଭାଜପା ନେବ। ଆମ ମଧ୍ୟରେ ମତଭେଦ ଭୁଲି ୨୦୨୪ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉଚିତ୍। ଆମେ ଏକାଠି ରହିଲେ ହିଁ ଭାଜପାକୁ ପରାସ୍ତ କରିବାକୁ ସମର୍ଥ ହୋଇପାରିବା। ଏପରି କରିବା ଭୁଲ ବୋଲି ସେ କହିଛନ୍ତି।