Wed. Oct 14th, 2026

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପରିବହନ ବିଭାଗ ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍‌କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରିଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସରେ ଯେପରି ଭିଡ ନହେବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ଲାଗି ପିଇବା ପାଣିର ବନ୍ଦୋବସ୍ଥ କରିବା ଲାଗି ପରିବହନ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି ।ଯାତ୍ରୀ ପରିବହନ ବ୍ୟବସ୍ଥାକୁ ତନଖି କରିବା ଲାଗି ୨୫ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଏହ ସହିତ ବ୍ୟବସ୍ଥାକୁ ତନଖି କରିବା ଲାଗି ୬ଜଣ ଡେପୁଟି କମିଶନର ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଯଦି କୌଣସି ଯାଗାରେ କିଛି ବି ବ୍ୟତିକ୍ରମ ଦେଖାଦିଏ, ତେବେ ସମ୍ପୃକ୍ତ ବସ୍‌ର ପରମିଟ୍ ବାତିଲ କରାଯିବା ସିହତ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।କଟକ ବ୍ୟତୀତ ସମଗ୍ର ରାଜ୍ୟରୁ ପୁରୀ ଅଭିମୁଖେ ଆସିବା ଲାଗି ପ୍ରାୟ ୨ ହଜାର ଘରୋଇ ବସ୍କୁ ସ୍ପେଶାଲ ପରମିଟ୍‌ ମିଳିଛି । କିନ୍ତୁ ଚଳିତ ବର୍ଷ ଯେପରି ବସ୍‌ ଯାତ୍ରୀମାନେ ଅସୁବିଧାରେ ନପଡିବେ, ସେଥିଲାଗି ପରିବହନ ବିଭାଗ ତରଫରୁ ଘରୋଇ ବସ୍ ମାଲିକମାନଙ୍କୁ ବହୁ ଆଗରୁ ସତର୍କ କରିଦିଆଯାଇଛି ।ପ୍ରତ୍ୟେକ ବର୍ଷ ରଥଯାତ୍ରା ବେଳକୁ କଟକ ସମେତ ଭୁବନେଶ୍ବର, ପିପିଲି, ଖୋର୍ଦ୍ଧା ଏବଂ ବିଶେଷ କରି ପୁରୀରୁ ବସଯାତ୍ରୀମାନଙ୍କର ବିଭିନ୍ନ ପ୍ରକାର ଅଭିଯୋଗ ଆସିଥାଏ ।

Leave a Reply

Your email address will not be published. Required fields are marked *