Wed. Oct 14th, 2026

ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରର୍‌ ମୁଭି ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।ବର୍ତ୍ତମାନ ଏହି ଫିଲ୍ମର ତୃତୀୟ ଦିନର ଓ୍ବାର୍ଲଡ ଓ୍ବାଇଡ କଲେକସନର ଆକଳନ ସାମ୍ନାକୁ ଆସିଛି। ପ୍ରତିଦିନ ଫିଲ୍ମ ୧୦୦କୋଟି ମାର୍କ ଅତିକ୍ରମ କରୁଛି । ତୃତୀୟ ଦିନରେ ଏହି ଚଳଚ୍ଚିତ୍ର ୩୦୦ କୋଟି ଅତିକ୍ରମ କରିଛି।ଦର୍ଶକ, ରାଜନେତା ଏବଂ ବହୁ ଅଭିନେତା ଆଦିପୁରୁଷକୁ ବିରୋଧ କରୁଥିବାବେଳେ ଫିଲ୍ମର ଆୟ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି। ପ୍ରଥମ ଦିନରେ ଏହି ମୁଭି ସାରା ବିଶ୍ୱରେ ୧୫୦କୋଟି ଛୁଇଁଥିବାବେଳେ ଦ୍ୱିତୀୟ ଦିନରେ ଫିଲ୍ମ ୨୪୦ କୋଟି ରୋଜଗାର କରିଥିଲା। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ବର୍ତ୍ତମାନ ତୃତୀୟ ଦିନରେ ଫିଲ୍ମ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହା ସହିତ ସାରା ବିଶ୍ୱରେ ଏହି ମୁଭିର କ୍ରେଜ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *