Wed. Oct 14th, 2026

ହୀରାଖଣ୍ଡ ଏକ୍ସପ୍ରେସକୁ ଦେଓମାଳି ଏକ୍ସପ୍ରେସ ନାମରେ ନାମିତ କରିବା ପାଇଁ ଅବିଭକ୍ତ କୋରାପୁଟ ବିକାଶ ପରିଷଦ ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବିପତ୍ର । ଉଚ୍ଚତମ ଶୃଙ୍ଗ ଦେଓମାଳିରେ ପ୍ରତିଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଦେଓମାଳି ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍ ଉପଭୋଗ୍ୟ।ପୂର୍ବଘାଟ ପର୍ବତମାଳାର ଏହା ଏକ ବୃହତ୍ତମ ଅଂଶ।ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚରେ ଅବସ୍ଥିତ।ଦେଓମାଳି ଖଣିଜ ସମ୍ପଦରେ ଭରା।ଗୋଟିଏ ପଟେ ଆନ୍ଧ୍ର ରହିଥିବା ବେଳେ ଅନ୍ୟପଟେ ରହିଛି ଓଡ଼ିଶା।ଅନେକ ପ୍ରକୃତିପ୍ରେମୀଙ୍କୁ ଦେଓମାଳି ବର୍ଷ ବର୍ଷ ଧରି ବାନ୍ଧି ରଖିଛି।ସୌନ୍ଦର୍ଯ୍ୟର ଗନ୍ତାଘର ଦେଓମାଳି।‘ଆକାଶ ଦ୍ବୀପ’ ଭାବରେ ପରିଚିତ କୋଟାପୁଟ ଜିଲ୍ଲାର ଦେଓମାଳି ପର୍ବତମାଳା। କୋରାପୁଟ ଜିଲ୍ଳାର ପଟାଙ୍ଗି ବ୍ଳକ ଅଧିନରେ ଆସୁଥିବା ଏହି ପର୍ବତ ଦୂରରୁ ଯେତିକି ସୁନ୍ଦର ପାଖକୁ ଗଲେ ତା ଠାରୁ ଅଧିକ ମନୋରମ ଦେଖାଯାଏ।ଦେଓମାଳିର ପାଦଦେଶରେ ବଣଭୋଜିର ମଜା ଉଠାଇଥାନ୍ତି ପର୍ଯ୍ୟଟକ।ଗୀତର ତାଳେ ତାଳେ ନାଚଗୀତରେ ମସଗୁଲ ହେବା ସହ ଜଙ୍ଗଲୀ ଫୁଲର ବାସ୍ନା ପର୍ଯ୍ୟଟକଙ୍କୁ ଆମୋଦିତ କରିଥାଏ।ଜଙ୍ଗଲୀ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ପର୍ଯ୍ୟଟକ।ପ୍ରତିଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି କୋରାପୁଟର ସୌନ୍ଦର୍ଯ୍ୟ ଏବଂ ପରିବେଶକୁ ଉପଭୋଗ କରିବା ପାଇଁ।କୋରାପୁଟରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି।ହୀରାଖଣ୍ଡ ଏକ୍ସପ୍ରେସକୁ ଦେଓମାଳି ଏକ୍ସପ୍ରେସ ନାମରେ ନାମିତ କରାଗଲେ ପର୍ଯ୍ୟଟକ ଦେଓମାଳି ଏବଂ ଭୂସ୍ବର୍ଗ କୋରାପୁଟ ପ୍ରତି ଆକର୍ଷିତ ହୋଇ ଆସିବେ ଯାହା ଦ୍ଵାରା ସରକାର ରାଜସ୍ବ ପାଇବା ସହ ଅନେକ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *