ବଦଳିବ ଆଦିପୁରୁଷର ଡାଇଲଗ

ବଦଳିବ ଫିଲ୍ମ ଆଦିପୁରୁଷର ଡାଇଲଗ୍ । ବିବାଦୀୟ ଡାଇଲଗକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଇଲଗ୍ ଯାହା ଲୋକଙ୍କ ଭାବାବେକକୁ ଆଘାତ ଦେଇଛି ।ସେ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି ସେଥିରୁ କିଛି ଲୋକେ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ।ତେଣୁ ଯାହା ବିବାଦୀୟ ରହିଛି ସେ ସବୁକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନୋଜ କହିଛନ୍ତି । ଆଦିପୁରୁଷର ଚରିତ୍ର ଚିତ୍ରଣ ଏବଂ ଡାଇଲଗକୁ ନେଇ ବିବାଦ ଦେଖା ଦେଇଛି । ବିଶେଷ ଭାବେ ହନୁମାନ ଫିଲ୍ମରେ ‘ଆଗ୍ ତେରେ ବାପ୍ କି, ତେଲ ତେରେ ବାପ୍ କି, ଜଲେଗି ତେରୀ ବାପ୍ କି’ ଭଳି ଡାଇଲଗକୁ ଲୋକେ ନାପସନ୍ଦ କରିଛନ୍ତି । ଏପରିକି ଏହାର ସ୍କ୍ରିନିଂକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ଦାଏର ହୋଇଛି ।’ଆଦିପୁରୁଷ’ ବକ୍ସ ଅଫିସ୍‌ରେ ରିଲିଜ୍ ହେବା ମାତ୍ରେ ଏହା ପୁଣି ବିବାଦରେ ଛନ୍ଦି ହୋଇଯାଇଛି। ଦର୍ଶକମାନେ ଫିଲ୍ମର ପ୍ରତ୍ୟେକ ଦିଗକୁ ନେଇ ସମାଲୋଚନା କରୁଛନ୍ତି – ଅଭିନୟ, ଭିଏଫ୍‌ଏକ୍ସ, ନିର୍ଦ୍ଦେଶନା ଏବଂ ସଂଳାପକୁ ନେଇ ଆଲୋଚନା କରୁଛନ୍ତି।

You May Also Like

More From Author

+ There are no comments

Add yours