Wed. Oct 14th, 2026

ଆମ ଓଡ଼ିଆ ମାନଙ୍କର ବଡ ପର୍ବ।ଏହି ଦିବସ ରେ ଘରେ ଘରେ ପିଠାପଣା ର ଆସର ଜମିଥାଏ।ଦୋଳି ଖେଳ, କବାଡି ଖେଳ,ଲୁଡୁ,ତାସ ଇତ୍ୟାଦି ଖେଳ ମଧ୍ୟ ଆନନ୍ଦ ଦେଇଥାଏ ଏହି ପର୍ବରେ।ରଜ ଉତ୍ସବ କୁ ଆଜି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପୁରୀ ପକ୍ଷରୁ ପାନ୍ଥଭବନ ଠାରେ ପାଳନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉତ୍ସବକୁ ଉଦଘାଟନ କରିଥିଲେ।ଏହି ଅବସରରେ ଛୋଟ ପିଲା ମାନଙ୍କୁ ଦୋଳିରେ ବସାଇ ଅତିଥି ମାନେ ଝୁଲାଇ ଥିଲେ।ପରେ ପାରମ୍ପରିକ ପୋଡ, ମଣ୍ଡା,କାକରା,ଆରିସା ଇତ୍ୟାଦି ପିଠା ସହ ପାନର ବ୍ୟବସ୍ଥାକୁ ମଧ୍ୟ ଅତିଥି ମାନେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, l ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *