Wed. Oct 14th, 2026

ଅଡବା : ଚଳିତ ଶିକ୍ଷା ବର୍ଷ ଦଶମ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୧୯ ନମ୍ବର ଆଣିଛନ୍ତି ଗଜପତି ଜିଲା ମୋହନା ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳଖାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମର ମେଧାବୀ ଛାତ୍ରୀ ପ୍ରିୟଙ୍କା ମାଝୀ । ଆଗକୁ ପାଠପଢି ଡାକ୍ତର ହେବାକୁ ଇଛା ରଖୁଛନ୍ତି । କିନ୍ତୁ ଘରର ଆର୍ଥିକ ଅବସ୍ଥା କାରଣରୁ ସେ ଚିନ୍ତାରେ ରହିଛନ୍ତି । ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ରାଜପୁର ଗାଁର ପ୍ରିୟଙ୍କା ମାଝି । ଖାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଜଣେ ମେଧାବୀ ଛାତ୍ରୀ । ଚଳିତ ବର୍ଷ ଦଶମ ପରୀକ୍ଷାରେ ଶତକଡା ୮୬ ପ୍ରତିଶତରୁ ଅଧ‌ିକ ନମ୍ବର ରଖିଛନ୍ତି । ସେ ଅଧିକ ନମ୍ବର ରଖିଥାନ୍ତି । କିନ୍ତୁ ପରୀକ୍ଷା ସମୟରେ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାହା ହୋଇପାରିନଥ‌ିଲା ବୋଲି ଦୁଃଖ ପ୍ରକାଶ କରିଛନ୍ତି ପ୍ରିୟଙ୍କା । ପାଠପଡ଼ି ଡାକ୍ତର ହେବାକୁ ଏବେଠାରୁ ସ୍ଵପ୍ନ ଦେଖୁଛନ୍ତି । କିନ୍ତୁ ରାସ୍ତାରେ ବାଧକ ସାଜିଛି ଘରର ଗରିବ ଅବସ୍ଥା । ମାମୁ ଘର ଖାରିଗୁଡାରେ ରହି ପାଠ ପଢୁଥିବା ପ୍ରିୟଙ୍କା ତାଙ୍କର ସ୍ଵପ୍ନ ପୂରଣ କରିପାରିବେ କି ନାହିଁ ସେନେଇ ଚିନ୍ତାରେ ରହିଛନ୍ତି । ପ୍ରିୟଙ୍କାଙ୍କ ସହିତ ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ରହିଛନ୍ତି । ସେମାନଙ୍କ ପାଠପଢ଼ା ଖର୍ଚ୍ଚ ଠିକରେ କରି ପାରୁନାହାନ୍ତି ବାପା । ଏବେ ପ୍ରିୟଙ୍କାଙ୍କ ପରବର୍ତୀ କଲେଜ ନାମଲେଖା ଚିନ୍ତାରେ ପଡ଼ିଛନ୍ତି ବାପା । ଚାଷବାସ କରି ନିଜ ପରିବାର ପ୍ରତିପୋଷ କରୁଛନ୍ତି ବାପା ସାମନ୍ତ ମାଝୀ । ଅର୍ଥ ଅଭାବରୁ ଝିଅର ସ୍ବପ୍ନ କେମିତି ପୂରଣ କରିବେ ତେଣୁ ସେ ସହାୟତା ଲୋଡୁଛନ୍ତି । ଅନ୍ୟ ପଟେ ପ୍ରିୟଙ୍କାଙ୍କ ଶିକ୍ଷକ ଜୟବର୍ଦ୍ଧନ କହିଛନ୍ତି ସେ ଜଣେ ଭଲ ଛାତ୍ରୀ । ଆମେ ଆଶା କରିଥୁରୁ ସିଏ ଆଉ ଟିକେ ଅଧିକ ନମ୍ବର ରଖ୍ ଏ-୧ ହୋଇ ପାରିଥାନ୍ତା ଏବ ସେ ଯାହାବି ହେଉ ତାର ସ୍ଵପ୍ନ ପୂରଣ ହେବା ଦରକାର । ପଳରୁ ପଦ୍ମ ଫୁଟିଲା ଭଳି ଗୋଟିଏ ଛୋଟିଆ ଆଦିବାସୀ ଗାଁରୁ ଭଲ ନମ୍ବର ରଖୁ ପୁଣି ଡାକ୍ତର ହେବାକୁ ଇଚ୍ଛା କରୁଥିବା ପ୍ରିୟଙ୍କାଙ୍କ ସ୍ଵପ୍ନ କିଛି କମ କଥା ନୁହଁ । ତେଣୁ ପ୍ରିୟଙ୍କାକୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଖାରିଗୁଡ଼ା ସରପଞ୍ଚ ଜନାସ ମାଝି।

ଏବେ ପ୍ରିୟଙ୍କାଙ୍କ ପାଖରେ ପହଂଚିଛନ୍ତି ଭୁବନେଶ୍ଵରର ସମାଜସେବୀ ତଥା ଯଶୋଦା ମା ଭାବେ ଜଣାଶୁଣା ନିବେଦିତା ଲେଙ୍କା। ତାଙ୍କ ପାଠ ପଢିବାର ସବୁ ଦାୟୀତ୍ଵ ବହନ କରିବାକୁ ସେ ସ୍ଥିର କରିଛନ୍ତି।

Leave a Reply

Your email address will not be published. Required fields are marked *