୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ ବର୍ଷା । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା ।ତାତିରୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଆଉ ଏତିକି ବେଳେ ଗତକାଲି ରାତିରେ ସାମାନ୍ୟ ବର୍ଷା ପାଗରେ ଆଣିଛି ପରିବର୍ତ୍ତନ । ଟିକିଏ ଥଣ୍ଡା ଅନୁଭୁତ ହୋଇଛି । ଆଜି ଦିନ ତମାମ ପାଗ ଛାଇଛାଇଆ ରହିଥିଲା । ଏତେଟା ଖରାନଥିଲା । ଏବେ ଅପେକ୍ଷା ରହିଛି କେବେ ଆସିବ ମୌସୁମୀ ବର୍ଷା । ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା । ଯଦିଓ ସିଷ୍ଟମ ଜଟିଳ ରହିଛି, ଆରବ ସାଗରରେ ‘ବିପର୍ଯ୍ୟୟ’ ସ୍ଥଳଭାଗକୁ ଆସିଲେ ଏହା ନର୍ଥ ଗୁଜୁରାଟ- ରାଜସ୍ଥାନ ଆଡକୁ ମୁହାଁଇବ । ଏହି ସମୟରେ ବଙ୍ଗୋପସାଗରରେ ଯଦି ଠିକ ସିଷ୍ଟମ ଜାରି ରୁହେ, ତେବେ କାଳବୈଶାଖୀ ସୃଷ୍ଟି ହେବ । ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ ରହିବ । ଯଦି ସବୁ ଠିକ ରୁହେ, ତେବେ ଜୁନ ୧୭ରୁ ୨୦ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରିଛନ୍ତି ।ଏଥର ରଜ ସମୟରେ ମଧ୍ୟ ସାମାନ୍ୟ ଗୁଳିଗୁଳି ଅନୁଭୁତ ହେବ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ । ଉପକୂଳ ଓଡିଶାରେ ଏତେଟା ତାତି ଅନୁଭୁତ ହେବ ନାହିଁ । କିନ୍ତୁ ଦିନ ୧୦ଟା ବେଳକୁ ଗୁଳୁଗୁଳି ଅନୁଭୁତ ହେବ । ଏବେ ତାତିରୁ ତ୍ରାହି ପାଇବା ପାଇଁ ଲୋକେ ମୌସୁମୀ ବର୍ଷାକୁ ଅପେକ୍ଷା କରି ବସିଛନ୍ତି । ଜୁନ ୧୭ରୁ ୨୦ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବା ପରେ ବର୍ଷା ହେବ ଓ ପାଗରେ ବଡ ପରବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours