ମାଡ଼ି ଆସୁଛି ‘ବିପର୍ଯ୍ୟୟ’

ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣି ଝଡ ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାର ରୂପ ଧରି ତୀବ୍ର ଗତିରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ବାତ୍ୟାର ପ୍ରଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଲାଣି । ଗୁଜରାଟ, କେରଳ, କର୍ଣ୍ଣାଟକ ସମେତ ଗୋଆରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି ।ବାତ୍ୟା ବିପର୍ଯ୍ୟୟ ଗୁଜରାଟର କଚ୍ଛ ଜିଲ୍ଲାର ଜଖାଉ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସାମୁଦ୍ରିକ ଝଡ ଏବେ ଦେବଭୂମି ଦ୍ବାରକା ଠାରୁ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ଥିବା ବେଳେ ପୋରବନ୍ଦର ଠାରୁ ୩୨୦ କିମି, ଜଖାଉ ଠାରୁ ୩୨୦ କିମି, ନାଲିୟା ଠାରୁ ୩୩୦ କିମି ଦୂରରେ ରହିଛି । ଜୁନ ୧୫ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।ବାତ୍ୟା ବିପର୍ଯ୍ୟୟ ପ୍ରଥମେ ପାକିସ୍ତାନ ମୁହାଁ ହୋଇଥିବା ପରେ କ୍ରମେ ତାହା ମୋଡ ବଦଳାଇ ଗୁଜରାଟ ମୁହାଁ ହୋଇଛି । ଅବଶ୍ୟ ମୋଡ ବଦଳାଇବା ପରେ ବାତ୍ୟାର ତୀବ୍ରତା ସାମାନ୍ୟ ହ୍ରାସ ପାଇଛି । ପ୍ରଥମେ ୧୬୭ କିମି ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ବିପରଯୋୟ ଏବେ ଉପକୂଳ ଛୁଇଁଲା ବେଳକୁ ୧୪୦ ରୁ ୧୫୦କିମି ରହିବା ନେଇ କହିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ କରିବା ପରେ ପବନର ବେଗ ତୀବ୍ର ଗତିରେ କମିବ ।

You May Also Like

More From Author

+ There are no comments

Add yours