Wed. Oct 14th, 2026

କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲାରେ ପୀଡ଼ିତାଙ୍କ ଡାକ୍ତରୀ ମଇନା ସହ ସିଆରପିସିର ଧାରା ୧୬୪ ଆଧାରରେ ହେଲା ବୟାନ ରେକର୍ଡ । ଏନେଇ ଜୋନ ୨ ଏସିପି ଅମିତାଭ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଛି । ବର୍ତ୍ତମାନ ମାମଲାର ଅନୁଧ୍ୟାନ କରାଯାଉଛି ।ଏନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯିବ । ବିଭିନ୍ନ ଘଟଣାସ୍ଥଳ ପରିଦର୍ଶନ କରିବ ପୋଲିସ । ଯଦି ସୌରୀନ ପୋଲିସ ନିକଟରେ ହାଜର ନହୁଅନ୍ତି, ତେବେ ତାଙ୍କୁ ଖୋଜିବାକୁ ଯିବ ମହିଳା ଥାନା ପୋଲିସ । ନିୟମ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *