Thu. Oct 15th, 2026

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ର କୃଷି ବିଜ୍ଞାନକେନ୍ଦ୍ର ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଲା ବରକନ୍ୟା ଙ୍କୁ ନେଇ ଫେରୁଥିବା ଗାଡ଼ି । ଗାଡ଼ି ଟି ବଲାଙ୍ଗିର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ୍ କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ବସିଥିବା ବରକନ୍ୟା ଗୁରୁତର ହୋଇଛନ୍ତି I ସେମାନଙ୍କୁ ପ୍ରଥମେ ସୋନପୁର ମୁଖ୍ୟାଚିକିସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସେହି ଗାଡ଼ିରେ ଥିବା ଆଉ ଚାରି ଜଣ ଆହତ ଙ୍କୁ ସୋନପୁର ଚିକିତ୍ସାଲୟ ରେ ଚିକିତ୍ସା କରାଯାଉଛି । ପ୍ରକାଶ ଥାଉ କି ଗାଡିଟି ଟିଟିଲାଗଡ଼ ରୁ ବିବାହ ସାରି ସମ୍ବଲପୁର ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁଇ ବରକନ୍ୟା ହେଲେ ସୋନୁ ପ୍ରଧାନ ଓ ଅନିତା ପ୍ରଧାନ ।ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *