ହିଟ୍ ୱେଭ ପାଇଁ ଆଲର୍ଟ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଗକୁ ଦୁଇ ଦିନ ଏଭଳି ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଭୟଙ୍କର ଗ୍ରୀଷ୍ମ ଲହରୀ ବହିବ ।ଏଭଳି ଭୟଙ୍କର ତାତିକୁ ଆଖିରେ ରଖି ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଚିନ୍ତାପ୍ରକଟ କରିଛନ୍ତି । ଆବଶ୍ୟକ ନ ଥିଲେ ୧୧ଟାରୁ ୩ଟା ଯାଏ ବାହାରକୁ ନ ବାହାରିବାକୁ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ ।ସୋମବାର ଓ ମଙ୍ଗଳବାର ଦୁଇ ଦିନ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ଆଶ୍ୱସ୍ତି ନାହିଁ । ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝରରେ ଭୀଷଣ ଗ୍ରୀଷ୍ମଲହରୀ ଆଶଙ୍କା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ତାତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ ପାଇଁ ୟେଲୋ ସତର୍କତା ଦିଆଯାଇଛି । ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ଓ ବୌଦ୍ଧ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ବଲାଙ୍ଗୀର, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ପାଇଁ ଏସ୍‌ଆରସି ୟେଲୋ ସତର୍କତା ଦେଇଛନ୍ତି ।

You May Also Like

More From Author

+ There are no comments

Add yours