Thu. Oct 15th, 2026

ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇ ଯାଇଛି।ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏହାକୁ ଉଦଘାଟନ କରିବା ସହ ଓଡିଶାର ଏକ ପ୍ରମୁଖ ଉତ୍ସବ ରଜ ପର୍ବ ଅବସରରେ ଏହି ମେଳା ଅନୁଷ୍ଠିତ ହେଉଥିବାରୁ ଏହା ଉଭୟ ବୁଣାକାର ଓ ଗ୍ରାହକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।ଏଥିରେ ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇ ଏହି ମେଳା ମାଧ୍ୟମରେ ଆମ ପାରମ୍ପାରିକ କଳା, ବୁଣାକାର ମାନଙ୍କ ଉତ୍ପାଦିତ ସାମଗ୍ରୀ ଲୋକ ଲୋଚନ କୁ ଆଣିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାର ପ୍ରୟାସ କରାଯାଉଛି ବୋଲି କହିଥିଲେ। ମେଳାରେ ୩୮ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗ ଦେଉଥିବା ବେଳେ ସେଥି ମଧ୍ୟରୁ ୩୩ ଗୋଟି ଓଡିଶା ର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତି ପାଇଁ ଉଦ୍ଦିଷ୍ଟ ।ଅନ୍ୟ ୫ଟି ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଜାମ୍ମୁକାଶ୍ମୀର ଓ ହରିୟାଣା ରାଜ୍ୟ ର ସମିତି ମାନେ ଅଶଂଗ୍ରହଣ କରୁଛନ୍ତି। ଏଥିରେ ଓଡିଶା ର ବାନ୍ଧ ବସ୍ତ୍ର, ପଶ୍ଚିମବଙ୍ଗ ର ଜାମଦାନି ଓ ଟାଙ୍ଗାଇଲ୍,ଲକ୍ଷ୍ନୋର ଚିକେନକାରୀ,ଜାମ୍ମୁକାଶ୍ମୀରର ପଶ୍ନିନା ସାଲ୍,ଦିଲ୍ଲୀ ଓ ହରିୟାଣା ଳଫର୍ନିସିଙ୍ଗ ବସ୍ତ୍ର ଶାଢୀ ଆଦି ଉପଲବ୍ଧ ରହିଛି ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ। ଏହି ମେଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଦିବା ୧୧ ଘଟିକା ରୁ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଓ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ରହିଛି ବୋଲି ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଏମ ମିଲି ସାମନ୍ତରାୟ, ଉପ ନିର୍ଦେଶକ ଉମାପତି ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୁରୀ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *