Thu. Oct 15th, 2026
ଭାରତ ଖାଦ୍ୟପେୟ ସବୁବେଳେ ସ୍ଵତନ୍ତ୍ର। ବିଭିନ୍ନ ପ୍ରକାର ବ୍ୟଞ୍ଜନର ଲାଭ ଉଠାଉଥିବା ଲୋକଙ୍କ ପାଇଁ ଭାରତ ଏକ ଆକର୍ଷକ ସ୍ଥାନ। ଏହାରି ଭିତରେ ଭାରତରେ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି ନିଜ ପତ୍ନୀଙ୍କ ସହ ଖାଦ୍ୟପେୟର ମଜା ଉଠାଉଥିବା ଦେଖିବାକୁ ମିଳିଛି।ପୁଣେରେ ନିଜ ପତ୍ନୀଙ୍କ ସହ ଭାରତୀୟ ଖାଦ୍ୟପେୟର ମଜା ନେଉଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି ଧ୍ୟାନ ଆକର୍ଷଣ କରିଛି।ଭାରତର ଖାଦ୍ୟପେୟ ବିବିଧତାକୁ ଏକ ଅଭିନବ ଉପାୟରେ ଉପସ୍ଥାପନ କରିବାରେ ରାଷ୍ଟ୍ରଦୂତଙ୍କର ଏଭଳି ପଦକ୍ଷେପକୁ ମୋଦି ପ୍ରଶଂସା କରିଛନ୍ତି।ସୁଜୁକି ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପୁଣେରେ ଖାଦ୍ୟପେୟର ଲାଭ ଉଠାଉଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ତାଙ୍କ ପତ୍ନୀ ଅଛନ୍ତି, ଯିଏ ମସଲାଯୁକ୍ତ ଏବଂ ସୁଜୁକି କମ୍ ମସଲାଯୁକ୍ତ ଖାଦ୍ୟ ଖାଉଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *