Thu. Oct 15th, 2026

କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଡେଲ ଗାଁ ନିକଟରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ସେଠାରେ ଥିବା ୨୧ଟି ଜରି ବ୍ୟାଗରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେଦୁହେଁ ହେଲେ ବାଡେଲର ଯୋଗେଶ୍ୱର ସୁକ୍ରି ଏବଂ ବିହାରର ହରେନ୍ଦର ଯାଦବ। ତେବେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାଯାଇଛି।

ଏନେଇ ନନ୍ଦପୁର ପୁଲିସ ଅଧିକ ତଦନ୍ତ କରୁଛି। ଗତକାଲି ଗଞ୍ଜେଇ ଚାଲାଣ ଖବର ପାଇ ନନ୍ଦପୁର ଏସ ଡି ପି ଓ ସଞ୍ଜୟ ମହାପାତ୍ରଙ୍କ ତତ୍ୱାବଧାନରେ ଆଇ ଆଇ ସି ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ବାଡ଼େଲ ଗାଁ ନିକଟ ଏକ ସ୍ଥାନରୁ ଚାଲାଣ ପାଇଁ ଗଚ୍ଛିତ ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରି। ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଡ଼େଲ ଗାଁ ର ଯୋଗେଶ୍ୱର ସୁକ୍ରି ଓ ବିହାର ରାଜ୍ୟର ହରେନ୍ଦ୍ର ଯାଦବ। ସେଠାରୁ ୨୧ଟି ଜରି ବସ୍ତାର ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି | ଏସ ଆଇ, ଏଚ ଆର ବେନୀୟା ତଦନ୍ତକାରୀ ଅଧିକାରୀ ଭାବେ ରହି କେସ ନଂ ୭୯/୨୩ରେ ଏନ ଡିପିଏସ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ ଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସର ଏତେ ଗିରଫଦାରି ଗଞ୍ଜେଇ ସହ ଗାଡ଼ି ଜବତ ପରେ ମଧ୍ୟ ମାଫିଆମାନେ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି। ଏହା ପଛରେ ଯୁବପିଢ଼ି ଏବଂ ଅଳ୍ପ ସମୟ ରେ ଅର୍ଥ ରୋଜଗାର ଲାଳସା ଯୋଗୁଁ ମାଫିଆ ମାନେ ଏହି ଚୋରା ଚାଲାଣ କରି ରୋଜଗାର ପନ୍ଥା ଆପଣାଇଛନ୍ତି।

ବିଶେଷ କରି ପାଡୁଆ ଏବଂ ଜଲାପୁଟ ଅଂଚଳରେ ବାହାର ରାଜ୍ୟର ମାଫିଆମାନେ ଆସି ଗାଁ ଗହଳିରେ ପଶି ଅସାମାଜିକ ଯୁବକଙ୍କୁ ହାତ କରି ଏହି ଏହି ଗଞ୍ଜେଇ ଚାଲାଣ କରିବାରେ ସମର୍ଥ ହେଉଛନ୍ତି। ଏହି ଅଞ୍ଚଳରେ ବାହାର ରାଜ୍ୟରୁ ଆସୁଥିବା ଫେରିଵାଲା ଠାରୁ ଆରମ୍ଭ କରି ଅନେକ ବ୍ୟବସାୟୀଙ୍କ ତଥ୍ୟ ପୁଲିସ ପାଖରେ ନାହିଁ।

Leave a Reply

Your email address will not be published. Required fields are marked *