Thu. Oct 15th, 2026

ଉଦ୍ୟମିତା ମାଧ୍ୟମରେ ଯୁବକ କିପରି ସ୍ୱାବଲମ୍ବୀ ହେବେ ଏବଂ ଭାରତ କିପରି ଆତ୍ମ ନିର୍ଭର ହେବ ତାକୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟବକ୍ତା ଭାବରେ ପୁରୀ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଯୋଗଦେଇ ଭାରତ ବିଶ୍ୱଗୁରୁ ନେଇ ଆଲୋକପାତ କରିଥିଲେ। ସେହିପରି ପୁରୀର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ରବି ନାରାୟଣ ସେନାପତି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡ଼ାର ଭୂମିକା ବିଷୟରେ କହିଥିଲେ। ମୁଖ୍ୟ ଅତିଥି ଭାବରେ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ କିପରି ଆତ୍ମ ନିର୍ଭର ଭାରତ ପାଇଁ ନୂଆ ନୂଆ ନୀତି ଆପଣାଇବା ସହ ଯୁବକ ମାନେ ଏଥିରୁ କିପରି ଲାଭବାନ ହୋଇ ସ୍ୱାବଲମ୍ବୀ ହେଉଛନ୍ତି ସେ ନେଇ କହିଥିଲେ। ଆତ୍ମ ନିର୍ଭର ଭାରତ ହୋଇ ଯୁବକମାନେ କିପରି ସ୍ୱାବଲମ୍ବୀ ହେବେ ସେ ନେଇ ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ଜୟ ଶଙ୍କର ଯୋଶୀ ମତ ରଖିଥିଲେ।

ମିଲେଟ୍ ମିଶନର ଗୁରୁତ୍ଵ ନେଇ ଆୟୁଷ କାନ୍ତ ମହାପାତ୍ର ସମ୍ୟକ୍ ଧାରଣା ଦେଇଥିଲେ। ଜି-୨୦ ର ଚତୁର୍ଥ ଏଜୁକେସନ ୱାର୍କିଂ ଗ୍ରୁପ ମିଟିଂ ଦ୍ଵାରା ଜନ ଭାଗିଦାରୀକୁ ଗୁରୁତ୍ଵ ଦିଆଯାଇ ଏହି ସବୁ କାର୍ଯ୍ୟକ୍ରମ କରିବା ଏହାର ମୂଳ ଲକ୍ଷ୍ୟ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଏଣ୍ଟରପ୍ରେନରସିପ ଦ୍ଵାରା ଏହା ଆୟୋଜିତ ହୋଇଥଲା। ସହକାରୀ ଭାବରେ ନେହେରୁ ଯୁବ କେନ୍ଦ୍ର, ସାମାଜିକ କାମ କରୁଥିବା ଟ୍ରଷ୍ଟ ସଂପର୍କ ଓ ସିଦ୍ଧ ରିସର୍ଚ୍ଚ ଏହାକୁ ମିଳିତ ଭାବରେ ଆୟୋଜିତ କରିଛନ୍ତି।ସନ୍ଧ୍ୟା ୭ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସିଦ୍ଧ ରିସର୍ଚ୍ଚ ସେଣ୍ଟର,ପୁରୀ ଉଦ୍ୟମିତ୍ ପ୍ରକଳ୍ପ ଡ଼ାଇରେକ୍ଟର ରତ୍ନାକର ପାଣିଗ୍ରାହୀଙ୍କ ସ୍ୱାଗତ ଭାଷଣରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଦ୍ଵୀପ ପ୍ରଜ୍ବଳନ ହୋଇଥିଲା। ଆତ୍ମନିର୍ଭର ହେବା ଦ୍ବାରା ଆମେ କିପରି ସ୍ୱାବଲମ୍ବୀ ହେବ ସେ ନେଇ ଆଲୋଚନା ହୋଇଥିଲା। ପରେ ମିଲେଟ ମିଶନର ଗୁରୁତ୍ବ ନେଇ ଆଲୋଚନା ହୋଇଥିଲା।

ପରେ ଏହି କାର୍ଯ୍ୟକ୍ରମ ପାଇଁ ପରିବେଶ ଦିବସରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚେସ ପ୍ରତିଯୋଗିତାର କୃତି ପ୍ରତିଯୋଗଙ୍କୁ ପୁରସ୍କୃତ କରାଯାଇଥିଲା। ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ଉଦ୍ୟମିତ ପ୍ରକଳ୍ପର ବରିଷ୍ଠ ଉପଦେଷ୍ଟା କାଳୀପ୍ରସାଦ ରଥ ଏଥିରେ ଯୋଗ ଦେଇଥିଲେ। ଚିତ୍ରାଙ୍କନରେ ସବ ଜୁନିଅର ବର୍ଗରେ ମଦ୍ରସ ପବ୍ଲିକ ସ୍କୁଲର ଅଭ୍ୟର୍ଥନା ବରାଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଅଭ୍ୟର୍ଥନା ମହାରଣା ଦ୍ବିତୀୟ ଓ ମଦ୍ରସ ପବ୍ଲିକ ସ୍କୁଲର ଭାଗ୍ୟଶ୍ରୀ ପଲ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିଅର୍ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟାଶା ପଟ୍ଟନାୟକ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟ ଶ୍ରଦ୍ଧା ସ୍ୱରୂପ ନନ୍ଦ ଦ୍ବିତୀୟ ଓ ଜାଭିୟରର ଉଦିପ୍ତା ଉପାସନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସିନିଅର ବର୍ଗରେ ଓଡିଶା କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ଶୁଭମ କୁମାର ଜେନା ପ୍ରଥମ, ମିଲନ ମିଶ୍ର ଦ୍ବିତୀୟ ଓ ପୂଜାରାଣୀ ଗିରି ତୃତୀୟ ସ୍ଥାନ ଅଧିକାର କରିଥିଲେ।ଯୁବକେନ୍ଦ୍ରର ଯୁବ ଅଧିକାରୀ ଜୟ ଶଙ୍କର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଗକୁ ଏହିପରି ଅନେକ କାର୍ଯ୍ୟକ୍ରମ କରାଯାଇ ଯୁବକଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *