Wed. Oct 14th, 2026

ବାହାନଗା ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା। ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟ ଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ ଓ ଦୀପ ଅର୍ପଣ କରାଯାଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଗତ କିଛି ଦିନ ହେବ ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବାରୁ ଏଥିରୁ ରକ୍ଷା ପାଇବା ପାଇଁ ଏଭଳି ଟ୍ରେନ୍ ପୂଜା କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ ଯାତାୟତ କରିପାରିବେ ସେନେଇ ମା କାଳୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ତେବେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଅମର‌ ଆତ୍ମାର ସଦଗତି କାମନା ସହ ଗୁରୁତର ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏହି ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସେବାୟତ, ବିଦେଶୀ, ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ସାମିଲ୍ ଥିଲେ।

Leave a Reply

Your email address will not be published. Required fields are marked *