Wed. Oct 14th, 2026

ଫାଟିଲା କଂକ୍ରିଟ ରାସ୍ତା। ପ୍ରବଳ ଶବ୍ଦ ହେବା ସହ ସିମେଣ୍ଟ ରାସ୍ତାରେ ପଡ଼ିଲା ଫାଟ। ଭୟଭିତ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡର ସାଗଜୁରି ଗାଁରେ ଘଟିଛି ଏଭଳି ଅଘଟଣ । ଆଜି ମଧ୍ୟାହ୍ନରେ ହଠାତ ଏକ ବଡ଼ ଶବ୍ଦ ହୋଇଥିବାବେଳେ ଗାଁର କଂକ୍ରିଟ ରାସ୍ତା ଫାଟି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାଛମବାସୀ ଆତଙ୍କିତ ହୋଇଥିବା ଜଣା ପଡିଛି । ତେବେ ଭୁମିକମ୍ପ ହୋଇଛି ନା ଆଉ କିଛି କାରଣ ଯୋଗୁଁ ଫଟିଛି ତାହା ସ୍ପଷ୍ଟ ଜଣା ପଡି ନାହିଁ । ଘଟଣା ପରେ ଗ୍ରାମବାସୀ ଭୟଭିତ ଅଛନ୍ତି ।

Leave a Reply

Your email address will not be published. Required fields are marked *