ସାରା ରାଜ୍ୟରେ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ

ଶବ୍ଦ ଓଡିଶା ବ୍ୟୁରୋ: ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ରାଜ୍ୟରେ ଲଗାତାର ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ସବୁ ସୀମା ଲଂଘିଛି । ଉପକୂଳରେ ମଧ୍ୟ ଗୁଳୁଗୁଳି ଛଟପଟ କରୁଛି । ଶୁକ୍ରବାର ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା । କେବଳ ଝାରସୁଗୁଡ଼ା ନୁହେଁ, ରାଜ୍ୟର ୧୬ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା ।

ଆଜି ମଧ୍ୟ ପ୍ରବଳ ଖରା ନେଇ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ । ସୂଚନା ଅନୁସାରେ ବାଂଲାଦେଶ ନିକଟସ୍ଥ ଉତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଓଡ଼ିଶାରେ ଅହସ୍ୟ ଗରମ ଅନୁଭୂତ ହେଉଥିବା ହେବ। ଆଜି ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡ଼ିକ ପାଇଁ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ।

You May Also Like

More From Author

+ There are no comments

Add yours