ଛୁଆ ଚୋରି ଅଭିଯୋଗ, ଜଣେ ଅଟକ

ଛୁଆ ଚୋରି ଅଭିଯୋଗରେ ଜଣେ ଅଟକ I ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ I ସୂଚନା ଅନୁଯାୟୀ ସାନ ନୂଆପାଲି ଗାଁରେ ଏକ ବାହାଘର ଚାଲିଥିବା ବେଳେ ଏଥିରେ ଗ୍ରାମବାସୀଙ୍କ ସହ ପରିବାର ଲୋକେ ମଧ୍ୟ ଯୋଗ ଦେଇଥିଲେ I ହେଲେ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ନାମକ ଜଣେ ବ୍ୟକ୍ତି ପାଣି ପାଉଚ ବାଣ୍ଟିବାର ବାହାନା କରିଥିଲେ I ଏହି ସମୟରେ ସାନ ନୂଆପାଲି ଗାଁର ଭରତ ଦଣ୍ଡସେନାଙ୍କ ସାତ ବର୍ଷର ନାବାଳିକା ଝିଅ ଭୋଜି ଖାଇବା ସହିତ ପାଣି ପିଇବାକୁ ଯାଉଥିବା ସମୟରେ ଅଭିଯୁକ୍ତ ସାମନ୍ତ ପାଣି ପାଉଚ ଦେବାକୁ ପାଖକୁ ଡାକିଥିଲେ I ଭିଡ଼ର ସୁଯୋଗ ନେଇ ନାବାଳିକା ଝିଅକୁ ନେଇଯାଇ ଫେରାର ମାରିଥିଲେ I ଝିଅ ନିଖୋଜ ଖବରକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ପ୍ରାୟ ଦୁଇ କିଲୋମିଟର ଏକ ନାଳ ପାଖରେ ଝିଅକୁ ଚୋରୀକରି ନେଉଥିବା ଦେଖିବାକୁ ପାଇଥିଲେ I ପିଲା ଚୋର ଗାଁ ଲୋକଙ୍କୁ ଦେଖି ଝିଅକୁ ଛାଡି ଫେରାର ମାରୁଥିବା ବେଳେ ଗାଁଲୋକେ ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ I ପରେ ଗାଁର କ୍ଲବ ଘରେ ପିଲା ଚୋରକୁ ତାଲା ପକାଇ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ I ପରେ ପରେ ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳକୁ ପହଂଚି ପିଲା ଚୋରକୁ ଉଦ୍ଧାର କରିବା ସହିତ ଥାନାରେ ଅଟକ ରଖି ପଚରା ଉଚରା କରୁଛି I

You May Also Like

More From Author

+ There are no comments

Add yours