କଳା ଓ ଧନ୍ଦାମୂଳକରେ ବି କମାଲ କଲେ ଝିଅ

ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ ରହିଛି । କଳାରେ ବି କମାଲ କରିଛନ୍ତି ଝିଅ । ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।

ଏଥର ଯୁକ୍ତ ଦୁଇ କଳା ପରୀକ୍ଷା ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପାସ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି । ଏଠାରେ ପାସ ହାର ୮୪.୯୭% ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ନବରଙ୍ଗପୁର  ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ  ୭୦.୭୪% ରହିଛି । ଏଥର ଝିଅ ପାସ୍‌ ହାର ୮୫.୬୬% ଥିବାବେଳେ ପୁଅଙ୍କ ପାସ୍ ହାର ୭୦.୪୩%  ରହିଛି  । ପ୍ରଥମ ଶ୍ରେଣୀରେ ୩୨, ୭୮୨ ଜଣ ପାସ କରିଥିବାବେଳେ  ୨ୟରେ ୩୨, ୪୬୧ ପିଲା ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧, ୧୬, ୧୭୯ ପିଲା ପାସ୍ କରିଛନ୍ତି ।

ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ   ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଧନ୍ଦାମୂଳକରେ ପାସ ହାର ୬୭.୪୮ ପ୍ରତିଶତ ରହିଛି ।  ଧନ୍ଦାମୂଳକରେ ପୁଅଙ୍କ ପାସ ହାର ୬୪.୨୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୭୧.୧୦ ପ୍ରତିଶତ ରହିଛି ।

You May Also Like

More From Author

+ There are no comments

Add yours