Wed. Oct 14th, 2026

ପୁରୀର ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ୩୦ରୁ ଉର୍ଦ୍ଧ୍ବ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ। ବିଭିନ୍ନ ଅଦରକାରୀ ପଦାର୍ଥକୁ ନେଇ ଏକ ବ୍ୟବହାର ଉପଯୋଗୀ ବସ୍ତୁ କରିବା ଏବଂ 3R (Reduce, Reuse & Recycle) କୁ ପ୍ରୋତ୍ସାହନ ଦେବା, ଏହି ମେଳାର ମୂଳମନ୍ତ୍ର ଥିଲା। ବର୍ତ୍ତମାନର ସମାଜକୁ ଆଖିଆଗରେ ରଖି ଛାତ୍ରଛାତ୍ରୀମାନେ ବିଭିନ୍ନ ଦକ୍ଷତାକୁ ଆପଣେଇ ନେବା ଏବଂ ନିଜକୁ ସ୍ୱାବଲମ୍ବୀ କରି ଗଢିତୋଳିବା ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଅରବିନ୍ଦ ଘୋଷ ନିଜର ବହୁମୂଲ୍ୟ ବକ୍ତବ୍ୟରେ ଅନୁପ୍ରାଣିତ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସଫଳ ସମ୍ପାଦନା ହୋଇଥିଲା।

Leave a Reply

Your email address will not be published. Required fields are marked *