ଜନସମୁଦ୍ର ପାଲଟିଲା ଶ୍ରୀଅଲାରନାଥଙ୍କ ପୀଠ

ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ l ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉତ୍ସବରେ ପ୍ରବଳ ଗୁଳୁଗୁଳିକୁ ନଜର ରଖି ବିଭିନ୍ନ ସମାଜସେବା ଅନୁଷ୍ଠାନ ପକ୍ଷରୁ ଜଳ ବଣ୍ଟନ, ଜଳ ଛିଞ୍ଚନ, ଏବଂ ପୋଲିସ ବାହିନୀ ଠାରୁ ଦମକଳ ବାହିନୀ ପର୍ଯ୍ୟନ୍ତ ସମସ୍ତଙ୍କ ସାହାଯ୍ୟ ରେ ସୁରୁଖୁରୁରେ ଚାଲିଛି । ଶ୍ରୀଅଲାରନାଥଙ୍କ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ପ୍ରସାଦ ଖାଇଥିଲେ l ଏଠାରେ ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗର ଆଦର ଅଧିକ ପୌରାଣିକ କାଳରୁ ବର୍ଣ୍ଣିତ ଅଛି l ଏହି ଆନନ୍ଦ ବଜାରରେ ପ୍ରସାଦ ଖାଇବାର ସମସ୍ତ ବ୍ୟବସ୍ଥା ସୁବିଧା କରାଯାଇଛି l ଭକ୍ତମାନେ ଧାଡିରେ ଆସି ଶ୍ରୀଅଲାରନାଥ ଦର୍ଶନ କରି ଆନନ୍ଦ ବଜାରରେ ପ୍ରସାଦ ଖାଇ ଖୁସି ମନରେ ଫେରୁଥିବାର ଦେଖିବାକୁ ମିଳୁଛି l

You May Also Like

More From Author

+ There are no comments

Add yours