Wed. Oct 14th, 2026

ଡାହାଣୀ ସନ୍ଦେହରେ ମହିଳା ମାନଙ୍କ ପ୍ରତି ହିଂସା ବା ନିର୍ଯ୍ୟାତନା ଏକ ଘୃଣ୍ୟ କାର୍ଯ୍ୟ। ଏହାକୁ ପ୍ରତି ସ୍ତରରେ ସଚେତନତା ସୃଷ୍ଟି କରି ପ୍ରତିହତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ସମାଜ କଲ୍ୟାଣ ବିଭାଗ ବିଭାଗ ପକ୍ଷରୁ ଡାହାଣୀ ସନ୍ଦେହରେ ମହିଳା ଙ୍କୁ ନିର୍ଯ୍ୟାତନା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଆଜି ମଧ୍ୟ ଗୁଣିଗାରେଡି ଓ ଡାହାଣୀ ଭଳି କୁସଂସ୍କାର ସମାଜର କ୍ଷତି ସାଧନ କରୁଛି।ଅନେକ ପରିବାର ଏହା ଦ୍ଵାରା କ୍ଷତି ଗ୍ରସ୍ତ ହେଉଛନ୍ତି।ସମାଜର ପ୍ରତିଟି ମଣିଷ ଏହି ଘୃଣ୍ୟ ପ୍ରଥାକୁ ବିରୋଧ କରିବା ସହ ଏହାର ମୂଳୋତ୍ପାଟନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପୋଲିସ ଡିଏସପି ତାରା ଜସମିନ ଗୁରିଆ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ପ୍ରମୁଖ ଡାହାଣୀ, ଗୁଣିଗାରେଡି,ତନ୍ତ୍ର ମନ୍ତ୍ର ଇତ୍ୟାଦି ସନ୍ଦେହ କୁ ଯେପରି ସମସ୍ତଙ୍କ ସହଯୋଗ ରେ ଦୂର କରାଯାଇ ପାରିବ ତାହାର ବିବିଧ ଦିଗ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ୱଛାସେବୀ ସଂଗଠନ ଆକ୍ସନ ଏଡ ର ପ୍ରୋଗ୍ରାମ ଅଫିସର ତଥା ବିଷୟ ବିଶାରଦ ଘାସିରାମ ପଣ୍ଡା ଓ ବି ଏନ ଦୂର୍ଗା ଏହାର କାରଣ, ସମାଜରେ ଏହାର ପ୍ରଭାବ, ନିରାକରଣ ଓ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସମସ୍ତଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅତିଥି ମାନେ ସଚେତନତା ବାର୍ତ୍ତା ସମ୍ବଳିତ ପ୍ରଚାର ପତ୍ର କୁ ଉନ୍ମୋଚନ କରିଥିଲେ।ବାଲ୍ୟ ବିବାହ ନିଷେଧ ଜିଲ୍ଲା ସଂଯୋଜିକା ରଂଜିତା ଦାସ ଓ ଅନ୍ୟ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *