Thu. Oct 15th, 2026

ପୁରୀ : ପ୍ରତିଟି ଶିଶୁ ଇଶ୍ଵର ଙ୍କ ସନ୍ତାନ।ପ୍ରତିଟି ଶିଶୁ ମଧ୍ୟରେ ପ୍ରତିଭା ରହିଛି।ଏହାକୁ ବିକଶିତ କରାଗଲେ ସେ ସମାଜ ପାଇଁ ସମ୍ବଳ ପାଲଟିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ସଚେତନତା ରଥ ଉଦଘାଟିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏହାକୁ ଉଦଘାଟନ କରିବା ସହ ଶିଶୁ ଶ୍ରମିକ ଏକ ଘୃଣ୍ୟ ପ୍ରଥା ହୋଇଥିବାରୁ ଏହାକୁ ସବୁ ସ୍ତରରୁ ପ୍ରତିହତ କରିବାର ଆବଶ୍ୟକତା ରହିଛି।ତେଣୁ ସମ୍ବେଦନଶୀଳ ଓ ଦାୟିତ୍ୱର ସହ ପ୍ରତ୍ୟେକ କାର୍ଯ୍ୟ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଭିଜିଓନାଲ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସହକାରୀ ଶ୍ରମ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରମ ବିଭାଗ ପକ୍ଷରୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *