Sat. Oct 17th, 2026

ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ଧର୍ମାନନ୍ଦ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରବିନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

ଆଜି ମୋଟ ୫୮ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରେ ୫୦ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୮ଗୋଟି ଗ୍ରାମବାସୀମାନଙ୍କର ସାମୁହିକ ଅଭିଯୋଗ ଥିଲା l ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଶୋକ କୁମାର ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ତାପସ କୁମାର ରାଉତ, ସଦର ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନି ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁରେନ୍ଦ୍ର ଗମାଙ୍ଗ, ପୌର ନିର୍ବାହୀ ଅଧିକାରୀ, ୟାଶୀର ବିଲାଲ ଅହମ୍ମଦ,ଜିଲ୍ଲା କ୍ରୀଡା ଅଧିକାରୀ, ଶେଖ ଆଲେନୁର,ତତ୍ତ୍ୱମୋସି ମହାପାତ୍ର, ସହକାରୀ ନିର୍ବାହୀ ଗ୍ରାମୀୟ ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ,ଅନ୍ୟାନ୍ୟ ଜିଲ୍ଲା ସ୍ଥାରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଉପଜିଲ୍ଲାପାଳ ରାୟଗଡ, ଭୀମସେନ ଶବର, ପିଏ ଆଇଟିଡ଼ିଏ, ରାୟଗଡ ଦିଲ୍ଲୀପ କୁମାର ବେହେରା, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ ଆଦି ଯୋଗଦାନ କରି ଅଭିଯୋଗ ଶୁଣାଣି କରିଥିଲେ l ଏହି ଅଭିଯୋଗ ଶୁଣାଣି ଶିବିରରେ ଅନୁସୂଚିତ ଜନ ଜାତି ଓ ଜାତି ବିଭାଗ ଅଧୀନସ୍ଥ ତାଡ଼ମା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ରାମଚନ୍ଦ୍ର ସେନାପତି ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ପୀଡିତମାନଙ୍କ ସହାୟତା ନିମିତ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସହାୟତା କୋଶକୁ ୨୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *