ବଢୁଛି କୁସ୍ତିଯୋଦ୍ଧାଙ୍କ ସମର୍ଥନ, ବିରୋଧରୁ ଦେବେନି ପଛଘୁଞ୍ଚା!

ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଅନ୍ୟପଟେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରେଳ ବିଭଗର ଓଏସଡି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।ତାଙ୍କ ସହ ବଜରଙ୍ଗ ପୁନିଆ ମଧ୍ୟ ରେଳ ବିଭାଗରେ ନିଜର ଦାୟିତ୍ୱ ବହନ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଏନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି ଯେ, ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲୁ। ଏହା ଏକ ସାଧାରଣ ବାର୍ତ୍ତାଳାପ ଥିଲା। ଆମର କେବଳ ଗୋଟିଏ ଦାବି ଅଛି ଏବଂ ତାହା ହେଉଛି ବ୍ରିଜ ଭୂଷଣ ସିଂ ଗିରଫ କରିବା। ମୁଁ ବିରୋଧରୁ ପଛଘୁଞ୍ଚା ଦେଇ ନାହିଁ, ମୁଁ ରେଳବାଇରେ ଓଏସଡି ଭାବରେ କାର୍ଯ୍ୟ ଆରମ୍ଭ କରିଛି।ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ। ଆମେ ପଛକୁ ଫେରିବା ନାହିଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ସାକ୍ସି ମଲ୍ଲିକ। ଆନ୍ଦୋଳନ ବନ୍ଦ ହେବନି। ଆନ୍ଦୋଳନରୁ ଓହରିବା ଖବର ମିଛ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ।ଧାରଣା ଦେଉଥିବା କୁସ୍ତିଯୋଦ୍ଧା ମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବ୍ରିଜ୍ ଭୂଷଣଙ୍କୁ ପଦରୁ ହଟାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରେସଲମାନଙ୍କ ଏହି ଆନ୍ଦୋଳଦକୁ ଅନେକ ଜଣାଶୁଣା ଲୋକ, ନେତାଙ୍କ ସମର୍ଥନରେ ମିଳିଛି।

You May Also Like

More From Author

+ There are no comments

Add yours