Sat. Oct 17th, 2026

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ ହୋଇଛି। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସକାଳ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏବଂ ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଶ୍ବ ପରିବେଶ ଦିବସଶ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମରୂତ ରଞ୍ଜନ ନନ୍ଦ, ମହିଳା କୋର୍ଟର ବିଚାରପତି ଶ୍ରୀମତି ସୋନଲ ଶର୍ମା, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ପ୍ରୋବେସନର ଜୁଡିସିଆଲ ମାଜିଷ୍ଟ୍ରେଟ, ମଧ୍ୟସ୍ଥତା ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୀତାରାମ ପଣ୍ଡା, ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଜିଲ୍ଳାର୍ ଜଙ୍ଗଲ ବିଭାଗର ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ପରିଶେଷରେ ରାୟଗଡା ଜିଲ୍ଳାର ଶିଶୁ ସେବା ଯତ୍ନ ଅନୁଷ୍ଠାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଓ ଓକିଲ ଶ୍ରୀମତି ପ୍ରଣତି ପାତ୍ରଙ୍କ ଉପସ୍ଥିତରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି I

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନେ ଜୀବମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା ଉପରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଲେକ୍ଚରର ଓ ଓକିଲମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

Leave a Reply

Your email address will not be published. Required fields are marked *