Wed. Oct 14th, 2026

ଟ୍ରେନ ଟ୍ରାଜେଡିକୁ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା।ତେବେ ହଠାତ୍‌ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍‌ ଲାଇନ ବା ସାଇଡ୍‌ ଲାଇନରେ ପ୍ରବେଶ କରିଯାଇଥିଲା।ଏହି ସମୟରେ ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା। ଫଳରେ ଯାତ୍ରୀବାହୀ କରମଣ୍ଡଳ ଏକ୍ସପ୍ରେସ ଏହାକୁ ଖୁବ ଜୋର୍‌ରେ ଧକ୍କା ଦେଇଥିଲା। ଏଥିଯୋଗୁ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା।ଏହି ସମୟରେ ୧୨୮୬୪ ଟ୍ରେନ ଡିଡବ୍ଲ୍ୟୁ ବା ଡାଉନୱାର୍ଡ ମୁଖ୍ୟ ଲାଇନରେ ଆସୁଥିଲା। ଏହି ଟ୍ରେନଟିର ଦୁଇଟି ବଗି ମଧ୍ୟ କରମଣ୍ଡଳ ସହ ଧକ୍କା ହୋଇ ଲେଉଟି ପଡ଼ିଥିଲା। ଦୁର୍ଘଟଣାରେ ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୂରା ଦୁର୍ଘଟଣା ଘଟିଛି। ଏଥିରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *