୪୨ ବର୍ଷର ଦୁର୍ଘଟଣା ଇତିହାସ

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ବାହାନଗା ଷ୍ଟେସନ ନିକଟରେ କରୋମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଏପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି । କିନ୍ତୁ ଏହା ଦେଶର ପ୍ରଥମ ବଡ଼ ଟ୍ରେନ୍ ଦୁର୍ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତରେ ଅନେକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଆଜି ଆମେ ୪୨ ବର୍ଷ ପୂର୍ବର ସେହି ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଦେଶର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା ଥିଲା ବୋଲି ବିଶ୍ୱାସ କରାଯାଏ । ୧୯୮୧ ଜୁନ୍ ୬ରେ ବିହାରରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ପୋଲ ତଳକୁ ଏହି ଟ୍ରେନ୍ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାନସୀ-ସାହାରା ଏବଂ ବାଦଲା ଘାଟ-ଧାମରା ଘାଟ ଷ୍ଟେସନ ମଧ୍ୟରେ ବାଗମାଟି ନଦୀ ଉପରେ ଥିବା ୫୧ ନମ୍ବର ପୋଲ ତଳକୁ ଏକ ଯାତ୍ରୀବାହୀ ଟ୍ରେନ ଓଲଟି ପଡିଥିଲା। ଏହି ଟ୍ରେନର ୯ଟି ବଗି ପୋଲ ତଳକୁ ଖସି ପଡିଥିଲା । ସରକାରୀ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଥିଲେ କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଏଥିରେ ପ୍ରାୟ ୮୦୦ ଜଣ ମୃତ୍ୟୁବରଣ କରିଥିଲେ । ସମାନ କଥା ଏହି ଦୁର୍ଘଟଣାରେ ଦେଖିବାକୁ ମିଳିଛି । ମୃତ୍ୟୁ ହଜାର ଉପରେ ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।
ଅପରାହ୍ନ ୩ଟା ପର୍ୟ୍ୟନ୍ତ ଟ୍ରେନଟି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗରେ ଥିଲା ଏବଂ ସୁରୁଖୁରୁରେ ଚାଲୁଥିଲା । ସେହି ସମୟରେ ଟ୍ରେନ୍ ଟି ବଦଲା ଘାଟ ସେଷ୍ଟନରେ ଠିଆ ହୋଇଥିଲା । କିନ୍ତୁ କିଛି ସମୟ ସେଠାରେ ଅଟକି ରହିବା ପରେ ଟ୍ରେନ୍ ଧୀରେ ଧୀରେ ଧାମରା ଘାଟ ଆଡକୁ ଗତି କରିବା ଆରମ୍ଭ କରିଥିଲା । ପାଗ ଖରାପ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ଟ୍ରେନ୍ଟି ଅଳ୍ପ ଦୂରରେ ଅତିକ୍ରମ କରିବା ପରେ ପ୍ରବଳ ଜୋରରେ ବର୍ଷା ଓ ବଜ୍ରପାତ ହୋଇଥିଲା । ସାମ୍ନାରେ କିଛି ଦିଶୁ ନଥିଲା, ଏହି ସମୟରେ ଟ୍ରେନ୍ ଚାଳକ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ଟ୍ରେନ୍ ଡ୍ରାଇଭର ବ୍ରେକ୍ ଦେଇଥିଲେ ଯାହା ଫଳରେ ଟ୍ରେନ୍ ନିଜ ଗତିରୁ ବାହାରି ସିଧାସଳଖ ପୋଲ ତଳକୁ ଖସି ପଡିଥିଲା । ତେବେ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଏପର୍ୟ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ଟ୍ରେନ୍ ଚାଳକ କାହିଁକି ବ୍ରେକ୍ ଦେଇ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଏହାକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟ୍ରେନ୍ ଦୁର୍ଘଟଣା କୁହାଯାଉଥିବାବେଳେ ଏହା ଥିଲା ଦେଶର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା । ୨୦୦୪ ରେ ଶ୍ରୀଲଙ୍କାରେ ବିଶ୍ୱର ସବୁଠୁ ବଡ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ସୁନାମୀ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ।ଏଥିରେ ୧୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

You May Also Like

More From Author

+ There are no comments

Add yours