Wed. Oct 14th, 2026

ଭୟଙ୍କର ଟ୍ରେନ ଟ୍ରାଜେଡ଼ିର ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ।ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ୟ୍ୟନ୍ତ ୨୬୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ରୁ ଅଧିକ ଲୋକଙ୍କର ଚିକିତ୍ସା ଜାରି ରହିଛି। ବାହାନଗା ଷ୍ଟେସନରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ବି କାହାରି ମୁହଁରେ ହସ ନାହିଁ। ସମସ୍ତେ ସ୍ତବ୍ଧ ପାଲଟି ଯାଇଛନ୍ତି।

Leave a Reply

Your email address will not be published. Required fields are marked *