ଦୁର୍ଘଟଣାସ୍ଥଳରେ ମୋଦି

ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଗତ କାଲି ଘଟଣା ସମ୍ପର୍କରେ ଜାଣିବା ପରେ ଏକ ଜରୁରୀ କାଳୀନ ବୈଠକ ଡକାଯାଇଥିଲା । ଯେଉଁଥିରେ ମୋଦିଙ୍କ ତତ୍ୱବଧାନରେ ଘଟଣାକୁ ନେଇ ଜରୁରୀ ନିଷ୍ପତି ନିଆଯାଇଥିଲା । ଏହା ପରେ ହିଁ ସେ ଓଡ଼ିଶା ଆସିବେ ବୋଲି ଘୋଷଣା କରିଥିଲେ । ପ୍ରଥମେ ସେ ପରେ ଦୁର୍ଘଟଣାସ୍ଥଳରେ ପହଂଚିଛନ୍ତି ଏବଂ ପରେ ଏସସିବି ଯାଇ ଦୁର୍ଘଟଣାଗ୍ରସ୍ଥଙ୍କ ଭେଟଇବା ପାଇଁ ଯିବେ ବୋଲି ସୂଚନା ରହିଛି । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରୁଛନ୍ତି ମୋଦି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି । 

ଗତକାଲିର ଭୀଷଣ ଟ୍ରେନ ଦୁର୍ଘଟଣା ଯୋଗୁଁ ବିଜେପି ନିଜର ୯ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳିବ ନାହିଁ । ଦଳ ନିଜର ସମସ୍ତ କାର୍ୟ୍ୟକ୍ରମକୁ ବାତିଲ କରିଥିବା ସୂଚନା ରହିଛି । ମୃତକଙ୍କ ପାଇଁ ଦିନିକିଆ ଶୋକ ଦିବସ ପାଳନ କରିବ ଦଳ । ଏହା ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଗତକାଲିର ଟ୍ରେନ ଦୁର୍ଘଟଣା ପାଇଁ ସାରା ଦେଶରେ ହେବାକୁ ଥିବା ଦଳୀୟ କାର୍ୟ୍ୟକ୍ରମକୁ ସ୍ଥଗିତ ରଖିଛି ବିଜେପି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ନିଜେ ଲାଇନଚ୍ୟୁତ ବଗି ଭିତରେ ପଶି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଉଦ୍ଧାର କାର୍ୟ୍ୟ ଓ ଗୁରୁତରଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି । ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ୟ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ ।

ସମସ୍ତଙ୍କୁ ଏକ ବଡ଼ ଝଟକା ଦେଇଛି ଏହି ଟ୍ରେନ ଦୁର୍ଘଟଣା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦୁର୍ଘଟଣାସ୍ଥଳରେ ପହଂଚିଥିଲେ । ଏହା ସହ ମୃତକଙ୍କୁ ୧୦ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରଯାଇଛି ।

You May Also Like

More From Author

+ There are no comments

Add yours