ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ପାଳନକଲେ” ୨୪ତମ ଶହୀଦ ଦିବସ”

ଖୋର୍ଦ୍ଧା : ୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜୀବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ୍,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଚାଲିଥିବା ସମୟରେ ମତ୍ସ୍ୟଜୀବୀ ସଂଘ ଓ ପ୍ରଶାସନ ମୁହାଁ ମୁହିଁ ହୋଇଥିଲେ। ପୋଲିସ ଗୁଳିରେ ଜଣେ ମହିଳା ସମେତ ୫ଜଣ ମତ୍ସ୍ୟଜୀବୀ ପ୍ରାଣ ହରାଇଥିଲେ । ସେଇ ଦିନଠାରୁ ସଂଘ ଏହାକୁ ପ୍ରତ୍ୟକ ବର୍ଷର ଏଇ ଦିନକୁ ସହିଦ ଦିବସ ଭାବେ ପାଳନ କରୁଛି।  ଅପରାହ୍ନରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମରେ ଖୋର୍ଦ୍ଧା,ଗଂଜାମ ଓ ପୁରୀ ଜିଲ୍ଲାର ୧୪୭ ମତ୍ସ୍ୟଜୀବୀ ଗ୍ରାମର ପ୍ରତିନିଧିଙ୍କ ଉପସ୍ଥିତରେ ୨୪ତମ ସହିଦ ଦିବସ ପାଳନ ଅବସରରେ ଚିଲିକା ଗଭୀର ମୁହାଣ ପାରମ୍ପରିକ ଗଣପରିଷଦର ରାଜ୍ୟ ଆବାହକ ଭୀମସେନ ବେହେରା, ଚିଲିକା ମତ୍ସ୍ୟଜୀବି ସଂଗଠନର ସଭାପତି ରବି ବେହେରା ଉପସ୍ଥିତ ରହିଥିଲେ । ଚିଲିକାର ସମସ୍ୟା ପାଇଁ ଜୀବନ ଜିବୀକା ନିର୍ବାହ କରୁଥିବା ଖୋର୍ଦ୍ଧା,ଗଂଜାମ ଓ ପୁରୀର ମତ୍ସ୍ୟଜୀବୀ ସବୁକିଛି ହରାଇ ବସିଛନ୍ତି। ସରକାରଙ୍କୁ ବହୁ ଆବେଦନ କରିଛନ୍ତି କିନ୍ତୁ ସମସ୍ତେ ଅଣଦେଖା କରିବା ସହ ମତ୍ସ୍ୟଜୀବୀ ପରିବାରଙ୍କ ପେଟକୁ ନାତ ମାରିଛନ୍ତି। ତେଣୁ ଚିଲିକା ପ୍ରସଙ୍ଗ ଓ ଚିଲିକାରୁ ସୈରାତ ଉଠାଇବା,ଚିଲିକାକୁ ସଂଯୋଗ କରୁଥିବା ଦୁଇ ମୂହାଣର ପ୍ରସ୍ତୁତି, ଗଭୀର ଚିଲିକାରେ ସରୁଜାଲ ପକାଇ ମତ୍ସ୍ୟ ସଂପଦକୁ ନଷ୍ଟ କରୁଥିବାରୁ ତାହା ସଂପୂଣ୍ଣ ବନ୍ଦ କରିବାକୁ ଦାବୀ କରିଛନ୍ତି । ଘେରୀମୁକ୍ତ ଚିଲିକା କରିବାକୁ ସରକାରଙ୍କୁ ପୁନଶ୍ଚ ଅବଗତ କରାଇବା ସହ ନିବେଦନ କରିଛନ୍ତି । ଆଗାମୀ ଦିନରେ ଯଦି ଏହାର ବିଚାର ସରକାର ନ କରନ୍ତି ତେବେ ମତ୍ସ୍ୟଜୀବୀ ସଂଗଠନ ଖୋର୍ଦ୍ଧା, ଗଂଜାମ ଓ ପୁରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି  କହିଛନ୍ତି ।

You May Also Like

More From Author

+ There are no comments

Add yours