Thu. Oct 15th, 2026

ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତରଫରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଛି । ଦିବ୍ୟାଙ୍ଗ ମାନଙ୍କ ପାଇ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା I ଏହି ଅବସରରେ ରାୟଗଡା ସ୍ଥାନୀୟ ନୂତନ ଜ୍ଞାନ ବର୍ଦ୍ଧିନୀ, କୋଲନରା ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ତତ୍ବାବଧାନରେ ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ “ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମରେ” ସ୍ୱତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ଜୟଦେବ ବାଙ୍କ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ଶବର ସମ୍ମାନିତ ଅତିଥି, ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ରାଜଶେଖର ପେଦିନା, ଥେରାପିଷ୍ଟ ଟି. ଦାମୋଦର ଚାନ୍ଦ, ଶିକ୍ଷକ ସୁବିନାଥ ବଗର୍ତୀ, ନମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ I ଅତିଥି ମାନଙ୍କ ଦ୍ବାରା ୩ଟି ସିପି ଚୌକି, ୩ଟି ଟ୍ରାଇ ସାଇକଲ, ୨ଟି ଶ୍ରବଣ ଯନ୍ତ୍ର ଦିବ୍ୟାଙ୍ଗ ମାନଙ୍କୁ ବଣ୍ଟନ କରାଯାଇଥିଲା I ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପରିଶେଷରେ ଶିକ୍ଷକ ଶ୍ରୀ ବଗର୍ତୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I

Leave a Reply

Your email address will not be published. Required fields are marked *