ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ଜୁନ୍ ୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଶୁକ୍ରବାର ପୁରୀ ଏସପି ଡ଼॰ କେ ଵିଶାଲ ସିଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ବରେ ରହିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ୨୦ଜଣ ଅତିରିକ୍ତ ଏସପି ରାଙ୍କର ଦକ୍ଷ ଅଧିକାରୀ, ୯୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମର୍ଚ୍ଚିକୋଟ ଛକଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ ବୋଲି ଏସପି କହିଛନ୍ତି । ସ୍ନାନଯାତ୍ରା ଦିନ ଭକ୍ତଙ୍କ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

You May Also Like

More From Author

+ There are no comments

Add yours