Thu. Oct 15th, 2026

ଅଧିକାରଗୋପନୀୟତା ପ୍ରତ୍ୟେକ ମଣିଷର ଅଧିକାର ଅଛି । ମୃତୁ୍ୟ ପରେ ବି ଏହି ଅଧିକାର କାୟମ ରହିଥାଏ । ଏହାକୁ ନେଇ ରାୟ ବାଢିଛନ୍ତି କୋଲକାତା ହାଇକୋର୍ଟ ।ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏ ନାହିଁ। ଆରଟିଆଇ ଅଧିନିୟମ ଅନୁଯାୟୀ, ଜଣେ ମୃତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଚାଟ କିମ୍ବା ବ୍ୟକ୍ତିଗତ ଫଟୋଗ୍ରାଫ ସାର୍ବଜନୀନ କରାଯାଇପାରିବ ନାହିଁ।ରଶିକା ଜୈନଙ୍କ ହ୍ବାଟସ୍ଆପ ବାର୍ତ୍ତା ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କ ସହ ଶେୟାର ହୋଇଥିବା ଚିତ୍ରକୁ ଆରଟିଆଇ ଅଧିନିୟମ ଅନୁଯାୟୀ ’ବ୍ୟକ୍ତିଗତ ସୂଚନା’ ଭାବରେ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ରଶିକା ଜୈନ ୨୦୨୦ରେ କୁଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, କିନ୍ତୁ ଗୋଟିଏ ବର୍ଷ ପରେ ରହସ୍ୟମୟ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମାତାପିତା ଏବଂ ଶାଶୁଘର ଲୋକେ ପରସ୍ପର ବିରୋଧରେ ମାମଲା ଦାୟର କରିଥିଲେ। ଗତ ଜୁଲାଇରେ ରଶିକାଙ୍କ ସ୍ବାମୀ କୁଶଲଙ୍କୁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ପକ୍ଷରୁ ଗିରଫ କରିଥିଲା।ଅନୁସନ୍ଧାନ ରିପୋର୍ଟରେ, ବିବାହ ପୂର୍ବରୁ ରଶିକା ଏବଂ ତାଙ୍କ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ହ୍ବାଟସ ଆପ ଚାଟ ବିଷୟରେ ପୋଲିସ ଉଲ୍ଲେଖ କରିଛି। ତାଙ୍କ ଶାଶୁମାନେ କଥାବାର୍ତ୍ତାର ସବିଶେଷ ତଥ୍ୟ ମାଗି ଏକ ଆରଟିଆଇ ଦାଖଲ କରିଥିଲେ। ୨୦୨୨ ମସିହାରେ ଆରଟିଆଇ ଅଧିନିୟମ ଅନୁଯାୟୀ ପୋଲିସ ଏହି ସୂଚନା ପ୍ରକାଶ କରିଥିଲା। ଏହା ପରେ ରଶିକାଙ୍କ ମାତାପିତା ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *