Wed. Oct 14th, 2026

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ୍।ଖାଦ୍ୟର ମାନ କିପରି ରହିଛି ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି । ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଵଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ବର୍ତ୍ତମାନ ଲୋକଙ୍କୁ ଭାତ ଡାଲମା ଦିଆଯାଉଛି। ଆଗକୁ ଆଉ ନୂଆ ଆଇଟମ୍ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ। ସେହିପରି ଯେଉଁ ଏସଏଚଜି ମହିଳାମାନେ ଆହାର କେନ୍ଦ୍ର ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ମୁନିସିପାଲଟିମାନେ ଟଙ୍କା ପୈଠ କରୁଛନ୍ତି । ପ୍ରତ୍ୟକ ମାସ ୭ ତାରିଖ ସୁଦ୍ଧା ସେମାନଙ୍କ ଟଙ୍କା ପୈଠ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି । ଏପଟେ ଖାଦ୍ୟର ମାନ ଭଲ ରଖାଯାଉଥିବା ଆହାର ଦାୟିତ୍ୱରେ ଥିବା ଏସଏଚଜି ସଦସ୍ୟ କହିଛନ୍ତି। ପ୍ରତିଦିନ, ହଜାରରୁ ଉର୍ଦ୍ଧ୍ଵ ଲୋକେ ଖାଦ୍ୟ ଖାଉଛନ୍ତି । ଏପଟେ ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟକୁ ମଧ୍ୟ ପସନ୍ଦ କରିଛନ୍ତି ଖାଉଟିମାନେ ।

Leave a Reply

Your email address will not be published. Required fields are marked *