Wed. Oct 14th, 2026

ନନ୍ଦପୁର ବ୍ଲକ ର ସରପଞ୍ଚ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରୁଥିବା ନେଇ ଆଜି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି ୨୩ଟି ପଞ୍ଚାୟତର ସରପଞ୍ଚ। ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଗୁରୁତ୍ଵ ଦିଆ ଯାଉଥିବା ବେଳେ ନନ୍ଦପୁର ବ୍ଲକ ବିଡିଓ ସରପଞ୍ଚ ମାନଙ୍କୁ ଅଣ ଦେଖା କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି ଯେ ବ୍ଲକ ରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନାହିଁ। ଉନ୍ନୟନ କାର୍ଯ୍ୟ ର ତଦାରଖ ଓ ପରିସମାପ୍ତି ପରିଲକ୍ଷିତ କରିବା ରେ ସୀମିତ ରଖାଯାଇଛି। ସେମାନଙ୍କୁ ଖାଲି ଦସ୍ତଖତ ର କ୍ଷମତା ଦିଆ ଯାଇଛି ସେମାନେ ଦାବି କରିଛନ୍ତି ଯେ ଚେକ୍ ବହି ଓ ଚେକ୍ ପ୍ରଦାନ କରିବାର କ୍ଷମତା ପ୍ରଦାନ କରାଯାଉ। ସରକାର ଙ୍କପକ୍ଷରୁବ୍ଲକ ପ୍ରଶାସନ ପକ୍ଷରୁ ମାସକୁ ଥରେ ଜନ ଶୁଣାଣି କରାଯାଉଛି କିନ୍ତୁ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁ ନାହାଁନ୍ତି ବ୍ଲକ ପ୍ରଶାସନ ଫଳ ରେ ସରପଞ୍ଚ ମାନେ ଲୋକ ହସା ହେଉଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନ ର କାର୍ଯ୍ୟ ଖସଡ଼ା ଓ କାର୍ଯ୍ୟ କରିତା ଓ ତଥ୍ୟ ପ୍ରଦାନ ଆଦିରେ ଅଣଦେଖା କରା ଯାଇଛି । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ୨୨ ଶତକଡା ପିସି ଓ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ ପି ସି ଆଦାୟ କରାଯାଉଛି। କନିଷ୍ଠ ଯନ୍ତ୍ରୀ ଓ ପ୍ରଶାସନ ଦ୍ବାରା ଶ୍ରମିକ ନେତା ଚୟନ କରା ଯାଉଛି। ପିସି ନ ଦେଲେ ବିଲ କରାଯାଉ ନାହିଁ ଫଳ ରେ କାମ ଗୁଡ଼ିକ ସରି ଯାଇ ଥିବା ବେଳେ ବିଲ ନ ହୋଇ ପଡ଼ି ରହିଛି, ଉନ୍ନୟନ ମୂଳକ କାର୍ଯ୍ୟ ର ସଫଳ ରୂପାୟନ ହୋଇ ପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ନନ୍ଦପୁର ବ୍ଲକ ସରପଞ୍ଚ ସଂଘ ସଭାପତି ପଦଲାମ ହନ୍ତାଳକହିଛନ୍ତି ବ୍ଲକ ରେ ୨୨ଶତକଡା ପି ସି ବାଧ୍ୟତା ମୂଳକ ଆଦାୟ କରାଯାଉଛି ଏଥିରେ ଭାଗ ନେଉଛନ୍ତି ବିଡ଼ିଓ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ, ଜି ପି ଓ ଇତ୍ୟାଦି ଅଧିକାରୀ ମାନେ। ପଞ୍ଚାୟତ ସ୍ତରରେ ଉନ୍ନୟନ କାର୍ଯ୍ୟ ରେ ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ହେବ ବୋଲି।

Leave a Reply

Your email address will not be published. Required fields are marked *