ଗତ ଜାନୁୟାରୀ ମାସରେ ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ଚୋରି ମୋବାଇଲ ଗୁଡିକ ତାଙ୍କର ମାଲିକମାନଙ୍କୁ ଫେରାଇ ଦେଇଛି କୋରାପୁଟ ଟାଉନ ପୋଲିସ। ଘଟଣାରୁ ପ୍ରକାଶ ଯେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲ ରେ ଓ କୋରାପୁଟ ହାଟ ବଜାର ଅଞ୍ଚଳ ରେ ମୋବାଇଲ ଚୋରି ବୃଦ୍ଧି ପାଇଥିଲା ପୋଲିସ ଥାନରେ ମଧ୍ୟ ଅଭିଯୋଗ ହେଉଥିଲା। ଟାଉନ ଥାନା ପକ୍ଷରୁ ଘଟଣା ର ଅନୁସନ୍ଧାନ କରି ତିନୋଟି ଚୋର ଙ୍କ ସହ ୨୨ଟି ମୋବାଇଲ ଫୋନ କୁ ଜବତ କରିଥିଲା ଏହାର ପ୍ରକୃତ ମାଲିକ ମାନଙ୍କୁ ଖୋଜି ବାହାର କରି ଥିଲା ଆଜି କୋରାପୁଟ ଏସପି ଅଭିନବ ସୋନକାରଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଥାନା ଭାରପ୍ରାପ୍ତ ଅଧିକାରୀ ଧିରେନ୍ ପଟ୍ଟନାୟକ ଙ୍କ ଦ୍ଵାରା ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ ମୋବାଇଲ ମାଲିକ ମାନଙ୍କୁ ସେମାନଙ୍କ ର ମୋବାଇଲ ଫୋନ ୧୮ଟି ଫେରାଇ ଥିଲେ। ଏହି ମୋବାଇଲ ପାଇ ଲୋକେ ଖୁସି ବ୍ୟକ୍ତ କରିଛନ୍ତି ପୋଲିସ ର କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି।