ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ସ୍ଥାନୀୟ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରିସରରେ ଏକ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟର ସିଡିଏମଓ ଏବ ଅନ୍ୟ ଚିକିତ୍ସକମାନେ ଏବ କର୍ମଚାରୀମାନେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀ, ପି.ଏଲ୍.ଭି ଓ ପ୍ରଣ୍ଟ ଅଫିସ ରିଟେନରମାନେ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନରେ ଯାହାକି ୨୨ ରୁ ୨୯ ପର୍ଯ୍ୟନ୍ତ ଚାଲିଛି, ସେଥିରେ ଚିକିସାଳୟକୁ ଆସୁଥିବା ଦିବ୍ୟାଙ୍ଗମାନଙ୍କର ସମସ୍ୟା, ଆବଶ୍ୟକତା ସପର୍କରେ ପଚାରି ସେମାନଙ୍କ ପାଖରେ ସରକାରୀ ସୁବିଧା ଓ ସୁଯୋଗ ଓ ଆଇନସେବା ଯୋଗାଇଦେବା ପାଇ ପରାମର୍ଶ ଦେଇଥିଲେ I ସେହି ଚିକିତ୍ସାଳୟ କୁ ଆସିଥିବା ତିନୋଟି ଦିବ୍ୟାଙ୍ଗକୁ ତିନିଚକିଆ ଗାଡି ଏବ କୃତ୍ରିମ ଅଙ୍ଗ ଲଗାଇବା ପାଇ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ପାଖକୁ ଦରଖାସ୍ତ ଦିଆଗଲା I ପରିଶେଷରେ ଦିବ୍ୟାଙ୍ଗମାନେ କିପରି ଶିଘ୍ର ବିକଳାଙ୍ଗ ପ୍ରମାଣପତ୍ର ପାଇପାରିବେ ଏଥିପାଇ ନିଯୁକ୍ତ ଚିକିତ୍ସକ ମାନଙ୍କ ସହିତ ସମ୍ପାଦିକା ମହୋଦୟା ପରାମର୍ଶ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ଏବଂ ଅନ୍ୟ ଚିକିତ୍ସକମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

You May Also Like

More From Author

+ There are no comments

Add yours