ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାରଙ୍କ ଦ୍ୱାରା ପୁରୀରେ ଏଚଡିଏଫସି ବ୍ୟାଙ୍କ ଅଠରନଳା ଠାରେ ଉଦ୍ଘାଟିତ ହୋଇଯାଇଛି l ଆଜି ଦିନ ଏଗାରଟା ବେଳେ ଅଠରନଳା ସ୍ଥିତ ସାଇ ମଣ୍ଡପ ଠାରେ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଏଚଡିଏଫସି ବ୍ୟାଙ୍କର ଶୁଭ ଉଦଘାଟନ କରାଯାଇଛି l ଏହି ଉର୍ତ୍ସବରେ ରଞ୍ଜନ କୁମାରଙ୍କ ସହିତ ଚେତନ ଦାସ, ବାସୁଦେବ ବେହେରା, ପ୍ରଭାସ ଚନ୍ଦ୍ର ଦାସ, ସୂର୍ଯ୍ୟନାରାୟଣ ରଥସର୍ମା, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ସୁଭାଶିଷ ଖୁଣ୍ଟିଆ, ମାଧବ ପୂଜାପଣ୍ଡା, ଉତ୍ତର ପାର୍ଶ୍ଵ ମଠ ମହନ୍ତ ଶ୍ରୀ ରାମାନୁଜ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ନୂତନ ବ୍ୟାଙ୍କର ଶୁଭ ଉଦଘାଟନ କରିଥିଲେ l ଏହି ବ୍ୟାଙ୍କ ଓଡ଼ିଶାରେ ୨୦୮ତମ ଏଚଡିଏଫସି ବ୍ୟାଙ୍କ ହୋଇଥିବା ବେଳେ ପୁରୀ ଜିଲ୍ଲାର ପଞ୍ଚମ ବ୍ୟାଙ୍କ ଏବଂ ପୁରୀ ସହରରେ ତିନି ନମ୍ବର ବ୍ୟାଙ୍କ ଅଟେ। ଏହା ପୁରୀ ସଦର ଲୋକଙ୍କ ପାଇଁ ମୁଖ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି l




