ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର

କଣାସ- ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତୀୟ ନର୍ସିଂ କଉନ୍ସିଲର ଯୁଗ୍ମ ସଚିବ ଏ ସଂପର୍କରେ ଏକ ବାର୍ତ୍ତା ପ୍ରେରଣ କରି ଶ୍ରୀମତୀ ମଂଜୁଲତା ମହାରଣାଙ୍କୁ ଅବଗତ କରାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି।ଏକ ନିର୍ଦ୍ଦିଷ୍ଟ ଦିନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମହାରଣାଙ୍କୁ ନୂଆ ଦିଲ୍ଲୀରେ ଏହି ସମ୍ମାନ ଜନକ ଜାତୀୟ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଗତ ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ଚାରିଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ନିଜ ଉପକେନ୍ଦ୍ରରେ ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ। କଣାସ ବ୍ଲକ କାଦୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହସପୁର ଉପକେନ୍ଦ୍ରର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଏଏନଏମ ତାଲିମ ସମାପ୍ତ କରିସାରିବା ପରେ 2007 ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପ୍ରଥମେ ଚାକିରୀ କରିଥିଲେ। ପରେ ଗତ 2019 ମସିହାରେ ନିୟମିତ ହୋଇ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବରେ ନିଜର କର୍ମ ଜାରି ରଖିଛନ୍ତି। ସେ ଗଡ଼ିଶାଗଦା ଥାନା ଅନ୍ତର୍ଗତ କଳାପଦର ଗ୍ରାମର ଶ୍ରୀ ପବିତ୍ର କୁମାର ସାହୁଙ୍କ ପତ୍ନୀ ତଥା ଖୋର୍ଦ୍ଧା କାଶୀପୁର ନିବାସୀ ସ୍ବର୍ଗତ ଭଗବାନ ମହାରଣା ଓ ବିନୋଦିନି ମହାରଣାଙ୍କର ସୁପୁତ୍ରୀ। ପୁରୀ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ଏକ ସ୍ୱତନ୍ତ୍ର ଉତ୍ସଵରେ ତାଙ୍କୁ ସମ୍ମାନିତ କରି କହିଥିଲେ ଯେତେବେଳେ ଡାକ୍ତରମାନେ ପ୍ରସବ କରାଇବା ପାଇଁ ଭୟ କରୁଛନ୍ତି, ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ସାହାସର ସହିତ ନିଜ ଉପକେନ୍ଦ୍ରରେ ବିନା କୌଣସି ଅସୁବିଧାରେ ଶହେରୁ ଅଧିକ ଡେଲିଭରି କରାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେବେଠାରୁ ଶ୍ରୀମତୀ ମଞ୍ଜୁଲତା ମହାରଣା ଆଉ ପଛକୁ ଫେରିନାହାନ୍ତି। ଏବେସୁଦ୍ଧା ମୋଟ ଏକ ଶହ ଚାରିଟି ପ୍ରସବ କରାଇ ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି। ସେ ଜଣେ ଦକ୍ଷ ପ୍ରସବକାରିଣୀ ଭାବରେ ସୁନାମ ଅର୍ଜନ କରିଛନ୍ତି। ବନ୍ୟା ସମୟରେ ସେ ଦେବଦୂତ ସାଜିଥିଲେ ସାହୁପଡା, ବଡାଲ, କାଦୁଆ ଓ ଗୋପୀନାଥପୁର ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ। ସାନଓରା ଗ୍ରାମର ରିତାରାଣୀ ମହାପାତ୍ର, କଉଡ଼ିଖଣି ଗ୍ରାମର ଅର୍ଚ୍ଚନା ମହାପାତ୍ର, ବଡାଲ ଗ୍ରାମର ସୀମା ମହାରଣା, ଝୁନା ମହାରଣା ଏବଂ ସାନଓରାରେ ରହୁଥିବା ବ୍ରହ୍ମଗିରି ଦଣ୍ଡୁଆସାହିର ସୁମିତ୍ରା ସେଠୀ, ଗୋପୀନାଥପୁର ଗ୍ରାମର ସୁମିତ୍ରା ପ୍ରଧାନ ପ୍ରମୁଖଙ୍କୁ ସାହସପୁର ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଉକ୍ତ ଛଅ ଜଣଙ୍କୁ ସୁରକ୍ଷିତ ପ୍ରସବ କରାଇଥିବା ବେଳେ ଦୁଇଜଣଙ୍କୁ ଉଚ୍ଚତର ଡାକ୍ତରଖାନାକୁ ପ୍ରେରଣ କରିଛନ୍ତି। ଏକା ଧାରାରେ ମଂଜୁଲତା ଜଣେ ଦକ୍ଷ ଆଶା ପ୍ରଶିକ୍ଷକ, ଜଣେ ସାହସୀ ମହିଳା ସ୍ୱାସ୍ଥ୍ୟକର୍ମୀ ହିସାବରେ ପ୍ରସବ ବେଦନା ପାଉଥିବା ଅତି ଗୁରୁତର ଗର୍ବବତୀ ଓ କଅଁଳ ଶିଶୁଙ୍କ ଜୀବନ ବଞ୍ଚାଇଥିବାରୁ ସେ ଅଞ୍ଚଳରେ ସେ ସମସ୍ତଙ୍କର ଅତିପ୍ରିୟ ଦିଦି। କୁଷ୍ଠରୋଗୀ, ଯକ୍ଷ୍ମାରୋଗୀ ଓ ଅତି ବୃଦ୍ଧବୁଦ୍ଧାଙ୍କୁ ସେ ଅତି ଆପଣାର ଭାବି ସେବା ଯୋଗାଇ ଆସୁଛନ୍ତି। ତାଙ୍କର ପ୍ରଚେଷ୍ଠା ଫଳରେ ସାହାସପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜିଲ୍ଲା ସ୍ତରରେ ଶ୍ରେଷ୍ଠ କାୟାକଳ୍ପ ପୁରସ୍କାର ପାଇଥିଲା। ଏବେ ନୂତନ ଭାବରେ ଆରମ୍ଭ ହୋଇଥିବା ସାହାସପୁର ଉପକେନ୍ଦ୍ର ଉକ୍ତ ଅଞ୍ଚଳରେ ଏକ ଦିବାରାତ୍ର ଡାକ୍ତରଖାନା ରୂପରେ ସେବା ଯୋଗାଇ ଆସୁଅଛି।

You May Also Like

More From Author

+ There are no comments

Add yours